ଭିଜିଲାନ୍ସ ଜାଲରେ ମାଲକାନଗିରି କୃଷି ଅଧିକାରୀ…

ମାଲକାନଗିରି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ ଏମ୍‌. ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି l ନବରଙ୍ଗପୁର ସହରର ୩ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢାଉ । ଅଫିସ ସମେତ ତାଙ୍କ ସରକାରୀ ବାସଭବନରେ ଚଢ଼ାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଘରୁ କିଛି ନଗଦ ଟଙ୍କା ସହ ସୁନା ଗହଣା ଠାବ ହୋଇଥିବା ସୂଚନା ମିଳିଛି । କୃଷି କାର୍ଯ୍ୟାଳୟରେ ଚଢ଼ାଉ କାର୍ଯ୍ୟ ସମାପ୍ତ ହୋଇଛି । କୃଷି କାର୍ଯ୍ୟାଳୟରୁ କିଛି ନଥିପତ୍ର, ରେଜିଷ୍ଟର ସହ ଆନନ୍ଦ ରାଓଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇଛି । ଭିଜିଲାନ୍ସ କାର୍ଯ୍ୟାଳୟରୁ ତାଙ୍କୁ ନବରଙ୍ଗପୁରକୁ ନିଆଯିବ ବୋଲି ସୂଚନା ମିଳିଛି । ଏକ ଟିମ ଆନ୍ଧ୍ର ପ୍ରଦେଶ ଯାଇଥିବା ମଧ୍ୟ ପ୍ରାଥମିକ ସୂଚନା ମିଳିଛି । ଭିଜିଲାନ୍ସ ବିଭାଗର ଏହି ଚଢ଼ାଉରେ ଜୟପୁର ଓ ମାଲକାନିଗିର ଭିଜିଲାନ୍ସ ବିଭାଗର ୯ ଜଣ ଅଫିସର ଏହି ଚଢ଼ାଉରେ ସାମିଲ ରହିଛନ୍ତି ।

nis-ad
Leave A Reply

Your email address will not be published.