ରାଜ୍ୟରେ ଆଉ ୭୮ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଛି | ୨୪ ଘଣ୍ଟାରେ ଆଉ ୭୮ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୨୦, ସଙ୍ଗରୋଧରୁ ୪୭, ସ୍ଥାନୀୟ ୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୬,୭୭୨କୁ ବୃଦ୍ଧି ପାଇଛି। ୧୨,୭୬,୭୮୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୮୨୨ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

୧୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦ୍ରାପଡାରୁ ସର୍ବାଧିକ ୧୨, ଖୋର୍ଦ୍ଧା ୧୦,ଅନୁଗୁଳରୁ ୨, ବାଲେଶ୍ୱର ୧, ବଲାଙ୍ଗୀର ୨, କଟକ ୧, ଦେଓଗଡ ୧. ଗଜପତି ୮, ଜଗତସିଂହପୁର ୧, ଯାଜପୁର ୪, କନ୍ଧମାଳ ୧, କୋରାପୁଟ ୭, ମୟୁରଭଞ୍ଜ ୨, ନବରଙ୍ଗପୁର ୧, ନୂଆପଡା ୩, ପୁରୀ ୧, ସମ୍ବଲପୁର ୯, ସୋନପୁର ୧, ସୁନ୍ଦରଗଡ ୮, ଷ୍ଟେଟ ପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

nis-ad
Leave A Reply

Your email address will not be published.