ଜେଇଇ ମେନ୍‌: ଏପ୍ରିଲ୍‌ ୨୧ରୁ ପରୀକ୍ଷା, ମେ ୪ରେ ସରିବ

ଭୁବନେଶ୍ୱର: ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ପ୍ରଥମ ପର୍ଯ୍ୟାୟ ତାରିଖ ଘୁଞ୍ଚାଯାଇଛି । ୨୦୨୨-୨୩ ଶିକ୍ଷାବର୍ଷରେ ଇଞ୍ଜିନିୟରିଂ ନାମଲେଖା ପାଇଁ ଜେଇଇ ମେନ୍‌ ସେସନ୍‌-୧ ଆସନ୍ତା ଏପ୍ରିଲ୍‌ ୧୬ ବଦଳରେ ଏପ୍ରିଲ୍‌ ୨୧ରୁ ଆରମ୍ଭ ହେବ । ମେ ୪ ତାରିଖ ଯାଏ ପରୀକ୍ଷା ଚାଲିବ । ବିଭିନ୍ନ ବୋର୍ଡ ପରୀକ୍ଷା ଥିବାରୁ ପରୀକ୍ଷା ତାରିଖ ବଦଳାଇବାକୁ ଛାତ୍ରଛାତ୍ରୀଙ୍କ ନିବେଦନ ପରେ ନ୍ୟାସ୍‌ନାଲ୍‌ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.