କ୍ୟାମେରାମ୍ୟାନ ମାନସ ମର୍ଡର ଘଟଣା: ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ନୟାଗଡ଼: ଭଦ୍ରକରୁ ଅପହରଣ, ଭୁବନେଶ୍ବରରେ ହତ୍ୟା ଆଉ ନୟାଗଡ଼ରୁ ମୃତଦେହ ଜବତ l କ୍ୟାମେରା ମ୍ୟାନ ମାନସ ମର୍ଡର ମିଷ୍ଟ୍ରିର ଖୋଲି ପାରୁନି ଗୁମର l ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡିପୋଖରୀ ଗାଁର ମାନସ ସ୍ବାଇଁ l ଏହି ହତ୍ୟା ଘଟଣାରେ ମାତ୍ର ୩ ଜଣଙ୍କୁ ଗିରଫ କରି ଚୁପ୍‌ ବସିଛି ପୋଲିସ l ମାନସ ମର୍ଡର ମୁଖ୍ୟ ଅଭିଯୁକ୍ତ ମହିଳା ଏବେବି ଫେରାର ରହିଛନ୍ତି l ମାନସଙ୍କ ପାଖରେ ଏକ ଆପତ୍ତିଜନକ ଭିଡ଼ିଓ ରହିଥିଲା l ଯାହାକୁ ନେଇ ସମ୍ପୃକ୍ତ ମହିଳା ଜଣକ ହତ୍ୟା କରିଥିବା କୁହାଯାଉଛି l

ଏପଟେ ମାନସଙ୍କ ମୃତ୍ୟୁକୁ ନେଇ ତାଙ୍କର ପରିବାର ଏବଂ ଗାଁରେ ଶୋକାକୁଳ ପରିବେଶ l ଗତ ୧୨ ତାରିଖରେ କ୍ୟାମେରା ମ୍ୟାନଙ୍କ ମୃତଦେହ ଖୋଳି ଖୋଳି ବାହାର କରିଥିଲା ପୋଲିସ l ଏହି ଘଟଣାରେ ୩ ଜଣକୁ ଗିରଫ କରିଛି ପୋଲିସ ଏବଂ ମୁଖ୍ୟ ଅଭିଯୁକ୍ତ ପୋର୍ଟାଲ ମାଲିକାଣି ଫେରାର ଥିବା ଜଣାପଡିଛି l

ଗିରଫ ଅଭିଯୁକ୍ତ ମାନେ ହେଲେ ବୋଲୋର ଡ୍ରାଇଭର ଭାଗ୍ୟଧର ନାୟକ, ରଣପୁର ଥାନା ଧମଡା ଗାଁର ବିବେକ ନାୟକ ଏବଂ ପୁରୁଣା ଭୁବନେଶ୍ବରର ମୋହରିର କୃଷ୍ଣଚନ୍ଦ୍ର ନାୟକ l ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି l

nis-ad
Leave A Reply

Your email address will not be published.