୨୩ରୁ ୫ ଦିନ ଧରି ଚାଲିବ ହରିରାଜପୁର ମେଳଣ

ଜଟଣୀ : ପାଖେଇ ଆସୁଛି ପ୍ରସିଦ୍ଧ ହରିରାଜପୁର ମେଳଣ । ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପଂଚୁଦୋଳ ମେଳଣ ୨୩ ତାରିଖରୁ ଆରମ୍ଭ ହେବ । ଏଥର ୫ ଦିନ ଧରି ଏହା ଆୟୋଜିତ ହେବ ମେଳ । ପୂର୍ବରୁ ଏହା ୪ ଦିନ ଧରି ପାଳନ ହେଉଥିଲା ।

ଖବର ଅନୁଯାଯୀ, ୨୩ ତାରିଖ ବୁଧବାର ରାତିରେ ଜମାଣ ଯାତ୍ରା ହୋଇଥିବା ବେଳେ ୨୭ ତାରିଖ ରବିବାର ଠାକୁର ମେଳଣ ଉତ୍ସବ ଆୟୋଜିତ ହେବ । କରୋନା ମହାମାରୀ କଟକଣା ଯୋଗୁଁ ଗଲା ଦୁଇ ବର୍ଷ ହେବ କେବଳ ନୀତିକାନ୍ତି ମଧ୍ୟରେ ଏହି ମେଳଣ ସୀମିତ ରହିଥିଲ । ଏବେ କଟକଣା କୋହଳ ହେବା ପରେ ପୂର୍ବପରି ଏହା ପାଳିତ ହେବାକୁ ଯାଉଥିବା ମେଳଣ କମିଟି ସଂଯୋଜକ ପ୍ରସନ୍ନ ମହାରଥୀ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ତେବେ ଏହି ମହାମାରୀ ସଂପୂର୍ଣ୍ଣ ଦୂର ହୋଇନଥିବାରୁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ମେଳଣ ସମୟରେ ଫଗୁ ସିଞ୍ଚନ ପରିବର୍ତ୍ତେ ଠାକୁରଙ୍କୁ ଫୁଲ ପ୍ରଦାନ କରିବାକୁ ଶ୍ରଦ୍ଧାଳୁଙ୍କୁ କମିଟି ପକ୍ଷରୁ ଅନୁରୋଧ କରାଯିବ ବୋଲି ସେ କହିଥିଲେ । ଏଥିସହ ସମସ୍ତଙ୍କୁ ମାସ୍କ ପରିଧାନ ସହ ହାତ ବିଶୋଧନ କରି ମେଳଣ ପଡ଼ିଆକୁ ପ୍ରବେଶ ଓ ପ୍ରସ୍ଥାନ କରିବାକୁ ଅନୁରୋଧ କରାଯିବ ବୋଲି କହିଥିଲେ । ଚଳିତବର୍ଷ ବିଭିନ୍ନ ଗ୍ରାମରୁ ଏହି ପ୍ରସିଦ୍ଧ ମେଳଣକୁ ହରିହର ଉପବିଷ୍ଟ ଥିବା ୮୫ ଦୋଳ ବିମାନ ଏଥର ଆସିବା ସହ ପୂର୍ବପରି ଚିତ୍ତାକର୍ଷକ ଆତସବାଜି ପ୍ରଦର୍ଶନ କରାଯିବ ।

nis-ad
Leave A Reply

Your email address will not be published.