ଦାରିଙ୍ଗବାଡ଼ି : ଆଦିବାସୀ କୃଷକ ସଂଗଠନ ପକ୍ଷରୁ ଜୈବିକ କୃଷିଜାତ ଦ୍ରବ୍ୟ ଉତ୍ପାଦନ ସଚେତନ କର୍ମଶାଳା

ଦାରିଙ୍ଗବାଡ଼ି,(୧୪/୦୩) : ଦାରିଙ୍ଗବାଡ଼ି ଜୈବିକ କୃଷକ ସଂଗଠନ ପକ୍ଷରୁ ଜୈବିକ କୃଷିଜାତ ଦ୍ରବ୍ୟ ଉତ୍ପାଦନ ସଚେତନ କର୍ମ ଶାଳା କସମ ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ୟାଙ୍ଗବାଲି ଓ ଶ୍ରାନିକେତା ଗ୍ରାମ ପଞ୍ଚାୟତର ୧୨ଟି ସ୍ୱୟଂ ସହାୟକ ଗୋଷ୍ଠୀର ୧୪୦ଜଣ ମହିଳା କର୍ମଶାଳାରେ ଯୋଗଦେଇ ଥିଲେ । ଏଥିରେ ମୁଖ୍ୟତ ଲାକଡଙ୍ଗ ହଳଦୀ, ସୁପ୍ରଭା ଅଦା ,କଳା ଧାନ ଚାଷ ,ବଜାରିକରଣ ସମ୍ପର୍କରେ ଆଲୋଚନା କରି ସଚେତନ କରିଥିଲେ । ଏହି କର୍ମଶାଳାରେ ବ୍ଳକ ସହକାରୀ କୃଷି ଅଧିକାରୀ କ୍ଷତିସବିଳାଶ ବେହେରା,ସଂଗଠନର ସଭାପତି ଏଲିଆସ ପ୍ରଧାନ,ସଂପାଦକ ସନ୍ତୋଷ ପ୍ରଧାନ,ସହ ସଂପାଦକ ତେରହାନ ପ୍ରଧାନ ଓ ବୋର୍ଡ ନିର୍ଦ୍ଦେଶକ ରାମାକାନ୍ତ ପ୍ରଧାନ, ରମନିତା ପ୍ରଧାନ ଯୋଗଦେଇ ସଂଗଠନ ସମ୍ପର୍କରେ ଉଦେଶ୍ୟ ଓ ଲକ୍ଷ୍ୟନେଇ ସୂଚନା ପ୍ରଦାନ କରିଥିଲେ । ସୂଚନା ମୁତାବକ ଗତ ବର୍ଷ ଉକ୍ତ ସଂଗଠ ୮୦ ଜଣ କୃଷକଙ୍କୁ ଲାକଡଙ୍ଗ ହଳଦୀ ବିହନ , ୬୦ଜଣଙ୍କୁ ସୁପ୍ରଭା ଅଦା ବିହନ ଓ ୪୦ ଜଣ କୃଷକଙ୍କୁ କଳା ଧାନ ବିହନ ପ୍ରଦାନ କରି ଚାଷୀଙ୍କୁ ଆର୍ଥିକ ଫାଇଦା ଦେଇଥିଲେ । ଏହି ବର୍ଷ ମଧ୍ୟ ଅଧିକ ସଂଖ୍ୟକ ଚାଷୀଙ୍କୁ ବିହନ ପ୍ରଦାନ କରିବା ସହ ଉତ୍ପାଦନ କୃଷିଜାତ ଦ୍ରବ୍ୟକୁ ଉଚା ଦରରେ ସଙ୍ଗଠନ କିଣିବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି । କର୍ମଶାଳା ସରିବା ପରେ ଉକ୍ତ ବାରଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ମାଗଣାରେ ଗୋଟିଏ ଲେଖାଏଁ ହଳଦୀ ସିଝା ରସ ହଣ୍ଡା ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିଲା ।

nis-ad
Leave A Reply

Your email address will not be published.