ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ପୂର୍ବତନ କଂଗ୍ରେସ କାଉନସିଲରଙ୍କୁ ଜାମିନ

ନୂଆଦିଲ୍ଲୀ: ୨୦୨୦ ମସିହା ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା କଂଗ୍ରେସର ପୂର୍ବତନ କାଉନସିଲର ଈଶରତ ଜାହାନଙ୍କୁ ଶେଷରେ ଜାମିତ ମିଳିଛି। ଦଙ୍ଗା ପାଇଁ ହୋଇଥିବା ବୃହତ୍ତ ଷଡ଼ଯନ୍ତ୍ର ମାମଲାରେ ଈଶରତଙ୍କୁ ପୁଲିସ୍‌ ଗିରଫ କରିଥିଲା। ହେଲେ ଆଜି ତାଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ଜାମିନ ପ୍ରଦାନ କରିଛନ୍ତି।
ଈଶରତ ଜାହାନ ପ୍ରଦୀପ ତେଓତିଆ କୋର୍ଟରେ କହିଥିଲେ ଯେ “ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାରେ ଈଶରନ ସାମିଲ ଅଛନ୍ତି ବୋଲି କୌଣସି ପ୍ରମାଣ ଏଯାଏ ମିଳିନି। ସରକାରୀ ଓକିଲ ମିଥ୍ୟା ତଥ୍ୟକୁ ଆଧାର କରି ତାଙ୍କୁ ଫସାଇବାକୁ ଉଦ୍ୟମ କରୁଛନ୍ତି।”
ଜାମିନକୁ ବିରୋଧ କରି ସରକାରୀ ଓକିଲ କହିଥିଲେ “ଘଟଣାର ଅନ୍ୟ ଅଭିଯୁକ୍ତଙ୍କ ସହ ତାଙ୍କର ସମ୍ପର୍କ ନଥାଇ ପାରେ। କିନ୍ତୁ ଦିଲ୍ଲୀ ଦଙ୍ଗା ପଛରେ ସେ ଷଡ଼ଯନ୍ତ୍ର କରିଛନ୍ତି।” ଆଡିସନାଲ ସେସନ୍ସ ଜଜ୍‌ ଅମିତାବ ରାୱତ ଉଭୟ ପକ୍ଷଙ୍କୁ ଶୁଣିବା ପରେ ଈଶରାତ ଜାହାନଙ୍କୁ ଜାମିନ ଦେଇଛନ୍ତି। ଏଥିସହ ଘଟଣାର ଅନ୍ୟ ଦୁଇ ଅଭିଯୁକ୍ତ ଶର୍ଜିଲ ଇମାମ ଓ ସଲୀମ ଖାନଙ୍କ ଜାମିନ ଆବେଦନର ଶୁଣାଣି ମାର୍ଚ୍ଚ ୨୨ରେ ହେବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଦିଲ୍ଲୀ ଦଙ୍ଗାରେ ୫୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହାପରେ ଈଶରତଙ୍କୁ ୟୁଏପିଏ ବଳରେ ଗିରଫ କରାଯାଇଥିଲା। ଈଶରତ ୨୦୧୨-୨୦୧୭ ଯାଏ କଂଗ୍ରେସର କାଉନସିଲର ଭାବେ କାମ କରିଥିଲେ।

nis-ad
Leave A Reply

Your email address will not be published.