NISER ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା !

ଖୋର୍ଦ୍ଧା : ଜଟଣୀ ନାଇଜରରେ (NISER) ଅଭାବନୀୟ ଘଟଣା । ନାଇଜର ହଷ୍ଟେଲ ଛାତରୁ ଡେଇଁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଛାତ୍ରୀ ଜଣକ ହେଉଛନ୍ତି ଛତିଶଗଡର ପୂଜା ଜେଠଓ୍ବାନୀ ବୋଲି ସୂଚନା ମିଳିଛି ।ନାଇଜରରେ ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା

ସୂଚନା ଅନୁସାରେ,ଜଟଣୀ ନାଇଜରରେ ଛତିଶଗଡର ପୂଜା ଜେଠଓ୍ବାନୀ ରହି ପାଠ ପଢୁଥିଲେ । D2 ଛାତ୍ରୀବାସରେ ରହି ଫିଜିକ୍ସରେ ପିଏଚଡି (PHD) କରୁଥିଲେ । ଛାତ୍ରୀ ଜଣକ ହଷ୍ଟେଲ ଛାତରୁ ଡେଇଁ ପଡିଥିଲେ । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଏମସ୍ ନିଆଯାଇଥିଲା ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଛାତ୍ରୀ ଜଣକ ମାନସିକ ଦୁଶ୍ଚିନ୍ତାରେ ଥିବାରୁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ଏହାସହ ଘଟଣାର ତଦନ୍ତ ଜାରି ରହିଛି ଜଟଣୀ ପୋଲିସ ।

nis-ad
Leave A Reply

Your email address will not be published.