ୟୁକ୍ରେନରେ ଏବେ ଜୀବନ୍ତ ଲୋକଙ୍କ ସ୍ବର ଶୁଭୁନି, ସବୁଆଡ଼ ମାଳମାଳ ଶବ

ନୂଆଦିଲ୍ଲୀ: ଦୋକାନ ବଜାର ବନ୍ଦ। ଗହଳଚଳହ ନାହିଁ। ଲୋକଙ୍କ କୋଳାହଳ ନାହିଁ କି କେଉଁଠି ଭିଡ଼ ନାହିଁ। ଘରେ ବାହାରେ, ସହର ବଜାର ସବୁଠି ଶୂନଶାନ୍। ନିରବ ମଣିଷ। କାଉ, କୋଇଲି ପଶୁ-ପକ୍ଷୀ କହାରି ସ୍ୱର ଶୁଭୁନି। ସବୁଠି ଭୟ ଏବଂ ଆତଙ୍କର ରାଜୁତି। ଯଦି କିଛି ଶୁଭୁଛି ସେ ହେଉଛି ଘନ ଘନ ବୋମା ମାଡ଼ର ଛାତି ଥରା ଶବ୍ଦ। ମିଶାଇଲ ଗୁଡ଼ିକର ବିକଟାଳ ହୁଙ୍କାର । ଆଉ ମାଳ ମାଳ ରକେଟ-ଗୁଳିଗୋଳାର ଭୟଙ୍କର ଗଜର୍ନ। ଆକାଶରେ ଘୁରି ବୁଲୁଥିବା ମୃତ୍ୟୁର ବାରୁଦ କେତେ ବେଳେ କାହା ଉପରେ ବର୍ଷୁଛି କିଛି ବୁଝି ହେଉନି। ନିମିଷକ ମଧ୍ୟରେ ଚାଲି ଯାଉଛି ଜୀବନ।
ଏବେ କେବଳ ସବୁଠି ମାଳ ମାଲ ଶବର ସମାହାର। ଚାରି ଆଡ଼େ ପଡ଼ିଥିବା ଏହି ଶବ ଗୁଡ଼ିକର ଏବେ ସମାଧି ନେବାକୁ ଅପେକ୍ଷା।
ରୁଷ-ୟୁକ୍ରେନ୍‌ ଯୁଦ୍ଧରେ ବଳି ପଡ଼ିଥିବା ଶତାଧିକ ଲୋକଙ୍କର ଏବେ ଚାଲିଛି ଗଣ ସଂସ୍କାର। ରୁଷ ଆକ୍ରମଣ ଯୋଗୁ ଗତ ୧୨ ଦିନରେ ୧୫୦୦ରୁ ଅଧିକ ଲୋକ ନିହତ ହୋଇଛନ୍ତି । ଯୁଦ୍ଧରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମାରିୟୁପୁଲ। ଏଠାରେ ମାଳ ମାଳ ଶବ ଗୁଡ଼ିକୁ ଗଣସଂସ୍କାର କରାଯିବାର ଦୃଶ୍ୟ ବେଶ ହୃଦୟ ବିଦାରକ। ପ୍ରତି ଶବ ପାଇଁ ୬ ହାତର ଜାଗା ନୁହେଁ ବରଂ ଲମ୍ବା ଡ୍ରେନ୍‌ ଖୋଳି କବର ଦିଆଯାଉଛି। ଶବ ସଂସ୍କାର ପାଇଁ ଆଗେଇ ଆସିଥିବା ସାମାଜିକ କର୍ମୀ ଭୋଲଦିମିର୍‌ ବ୍ୟକୋଭସ୍କି କହିଛନ୍ତି ଯେ, କିଏ ଦୋଶୀ ମୁଁ ଜାଣିନି। କିଏ ଠିକ୍‌, କିଏ ଯୁଦ୍ଧ ଆରମ୍ଭ କରିଛି ତାହା ମଧ୍ୟ ଜଣା ନାହିଁ। କିଏ ଶେଷ କରିବ ତହା ମଧ୍ୟ ମୋତେ ଅଜଣା। ହେଲେ ସମସ୍ତଙ୍କର ଶେଷ ପରିଣତି ଠିକ୍‌ ଏହି ଶବ ଗୁଡ଼ିକ ଭଳି ବୋଲି ସେ କହିଛନ୍ତି।
ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଉଦ୍ୟମରେ ଭୋଲଦମିର ଗଣସଂସ୍କାର କରୁଛନ୍ତି। ଯୁଦ୍ଧ ଯୋଗୁ ୟୁକ୍ରେନ୍‌ ସବୁଠାରୁ ମାରିୟୁପୁଲ ଭୟଙ୍କର ପ୍ରଭାବିତ ହୋଇଛି। ଗତ ୧୨ ଦିନରେ ଏଠାରେ ୧୫୮୨ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ଏହି ଶବ ଗୁଡ଼ିକୁ ଉଦ୍ଧାର କରି ଅନ୍ତିମ ସ୍କସ୍କାର କରାଯାଉଛି। ରୁଷର ଏହି ବର୍ବୋଚରିତ ଆକ୍ରମଣକୁ ୟୁକ୍ରେନ୍‌ ବୈଦେଶିକ ମନ୍ତ୍ରୀ ଯୁଦ୍ଧ ଅପରାଧ ବୋଲି କହଇନ୍ତି। ପୁଟିନ୍ ୟୁକ୍ରେନରେ ନରସଂହାର ଚଳାଇଛନ୍ତି । ରୁଷ ସୈନ୍ୟଙ୍କ ବୋମା ଓ ଗୁଳିମାଡ଼ରେ ନିରସ୍ତ୍ର ଲୋକେ ଟଳି ପଡ଼ୁଛନ୍ତି । ମସ୍କୋର ଏହି ଅମାନବୀୟ କାର୍ଯ୍ୟ ଅତି ଜଘନ୍ୟ ଓ ନିନ୍ଦନୀୟ ବୋଲି ସେ ଟ୍ୱିଟ୍‌ କରି କହିଛନ୍ତି । ମାରିୟୁପୁଲରେ ରୁଷ ସେନା ସାଧାରଣ ଲୋକଙ୍କ ପାଇଁ ପାଣି ଏବଂ ବିଜୁଳି କାଟିଦେଇଥିବା ସେ ଅଭିଯୋଗ ଆଣିଛନ୍ତି। ଯୁଦ୍ଧ ସଙ୍କଟକୁ ମୁକାବିଲା ପାଇଁ ୟୁକ୍ରେନବାସୀ ମିଳିତ ହୋଇ ଲଢ଼େଇ ଜାରି ରଖିଛିନ୍ତି। ପରସ୍ପରକୁ ସାହାଯ୍ୟ କରି ବଞ୍ଚିବା ପାଇଁ ଲୋକେ ପ୍ରୟାସ କରୁଛନ୍ତି ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.