ଭୁବନେଶ୍ୱରରେ ଜରୁରୀକାଳୀନ ଅବତରଣ କଲା ବିମାନ, ଯାତ୍ରୀ ମୃତ

ଭୁବନେଶ୍ୱର: ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅସୁସ୍ଥ ହୋଇଯିବା କାରଣରୁ ଭୁବନେଶ୍ୱର ବିମାନ ବନ୍ଦରରେ ଏୟାର ଏସିଆ ବିମାନର ଜରୁରୀକାଳୀନ ଅବତରଣ କରିଛି ।

ବେଙ୍ଗାଲୁରୁରୁ କିଛି ଯାତ୍ରୀ ଙ୍କୁ କୋଲକାତା ଯାଉଥିବା ସମୟରେ ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲା । ଏହାପରେ ପାଇଲଟ୍ ତୁରନ୍ତ ବିମାନକୁ ଜରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏହି କ୍ରମରେ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତ ଯାତ୍ରୀଙ୍କ ନାମ ତୈମୁର ଅଲ୍ଲୀ ଖାନ୍ ବୋଲି ଜଣାପଡିଛି ।

nis-ad
Leave A Reply

Your email address will not be published.