ରାଜଧାନୀରେ ନିର୍ବାଚନୀ ହିଂସା ଘଟଣା, ୧୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ବର: ରାଜଧାନୀରେ ପ୍ରଥମ ନିର୍ବାଚନୀ ହିଂସା ଘଟଣା । ଆକ୍ସନ ମୋଡରେ କମିଶନରେଟ ପୋଲିସ । ଲକ୍ଷ୍ମୀସାଗର ଥାନା ପୋଲିସ ଦ୍ବାରା ୧୨ ଅଭିଯୁକ୍ତ ଗିରଫ ।

ଖବର ଅନୁଯାୟୀ, ଗତ ଶୁକ୍ରବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ଗୋଷ୍ଠୀ ସଂଘର୍ଷରେ ଉଭୟ ଗୋଷ୍ଠୀର ୬ ଜଣ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ କମିଶନରେଟ୍ ପୋଲିସ ଘଟଣାରେ ଆକ୍ସନ ନେବା ଆରମ୍ଭ କରିଛି । ରାଜଧାନୀରେ ଏହି ହିଂସା ଘଟଣାରେ ମୋଟ ୧୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଆଉ କିଏ କିଏ ଏହି ଘଟଣାରେ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍‌ଭିନ୍‌ କରୁଛି କମିଶନରେଟ୍‌ ପୋଲିସ ।

nis-ad
Leave A Reply

Your email address will not be published.