ଖଲ୍ଲିକୋଟ ବ୍ଲକ : ଦୈତାରୀ ବେହେରା ହେଲେ ଅପ୍ରତିଦ୍ବନ୍ଦୀ ସମିତି ଅଧକ୍ଷ


ଖଲ୍ଲିକୋଟ : ଖଲ୍ଲିକୋଟ ବ୍ଲକ ସମିତି ଅଧକ୍ଷ ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟାମୀ ବୈଦ୍ୟ ଙ୍କ ସ୍ୱାମୀ ଦୈତାରୀ ବେହେରା ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି l ଠିକ ଦିନ ୧୦ ଘଟିକା ସମୟରେ ବ୍ଲକ ର ୨୯ ଜଣ ସମିତି ସଭ୍ୟ ବ୍ଲକ ସଭା ଗୃହ ରେ ପୋଲିସ କଟକଣା ଭିତରେ ପ୍ରବେଶ କରିବା ପର ନିର୍ବାଚନ ଅଧିକାରୀ ତଥା ପୁରୁଷୋତମପୁର ଗୋଷ୍ଟି ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା ନିର୍ବାଚନ ବିଧି ବ୍ୟବସ୍ତା ଉପରେ ଉପସ୍ଥିତ ସମିତି ସଭ୍ୟ ମାନଙ୍କୁ ଅବଗତ କରାଇଥିଲେ l ପରେ ସମିତି ଅଧକ୍ଷ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରିବା ପାଇଁ ଆବାହନ କରାଯାଇଥିଲା l କେବଳ ଦୈତାରୀ ବେହେରା ଏକ ମାତ୍ର ସମିତି ଅଧକ୍ଷ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପରେ ଏ ନେଇ ବିସ୍ତୃତ ଆଲୋଚନା ହେବ ପରେ ଯାଞ୍ଚ କରାଯାଇ ଦୈତାରୀ ଙ୍କୁ ନାମଙ୍କ୍ସନ କୁ କାୟମ କରାଯାଇ ସମସ୍ତ ସମିତି ଙ୍କ ଦସ୍ତଖତ ରେ ଏକ ଧଡ଼ିକିୟା ପରସ୍ତଵ କୁ ଆଲୋଚନା କରାଯାଇ ଦୈତାରୀ ଙ୍କୁ ଅପ୍ରତିଦ୍ବନ୍ଦି ସମିତି ଅଧକ୍ଷ ଭାବେ ନିର୍ବାଚିତ କୁ ଗୃହ ରେ ଘୋଷଣା କରାଯାଇଥିଲା l

କଡା ପୋଲିସ ପହଁରା ଭିତରେ ବ୍ଲକ ର ୨୯ ଜଣ ସମିତି ସଭ୍ୟ ତାଙ୍କର ମତ ସାବ୍ୟସ୍ତ କରିଥିଲେ l ଦୈତାରୀ ଅପ୍ରତିଦ୍ବନ୍ଦି ସମିତି ଅଧକ୍ଷ ଭାବେ ନିର୍ବାଚିତ ହେବା ପରେ ବିଜେଡି ଅସନ୍ତୁଷ୍ଟ ଗୋଷ୍ଟି ଙ୍କ ସ୍ୱର ନରମି ଯାଇଥିବା ଜଣାପଡିଛି ନବ ନିର୍ବାଚିତ ସମିତି ଅଧକ୍ଷ ଦୈତାରୀ ବେହେରା ଙ୍କୁ ବ୍ଲକ କର୍ମଚାରୀ ଓ ସହ ସହ କର୍ମୀ ଓ ନେତା ମାନେ ବ୍ଲକ କାର୍ଯ୍ୟାଳୟ କୁ ପାଛୋଟି ନେଇଥିଲେ l ଦୀର୍ଘ ୬ ମାସ ଧରି ଖଲ୍ଲିକୋଟ ବ୍ଲକ ଅଧକ୍ଷ ପଦବୀ ହାତେଇବା ପାଇଁ ବିଜେଡି ସନ୍ତୁଷ୍ଟ – ଅସନ୍ତୁଷ୍ଟ ଙ୍କ ମଧ୍ୟରେ ଲଢେଇ ଲାଗି ରହିଥିବା ବେଳେ ଅଧିକାଂଶ ପଂଚାୟତ ରେ ଅସନ୍ତୁଷ୍ଟ ବିଜେଡି ସମାନ୍ତରାଳ ସରପଂଚ ଓ ସମିତି ସଭ୍ୟ ପାର୍ଥି ଦେବା ଫଳରେ ବିଜେଡି ସମସ୍ୟା ରେ ସମ୍ମୁଖୀନ ହେବା ସହ ବିଜେଡି ଅନ୍ତଃ କନ୍ଦଳ ଯୋଗୁ ବିଜେପି କୁ ଫାଇଦା ମିଳିଲଥିଲା l ତେବେ ଚେନ୍ନାଇ ରେ ଥାଇ ଖଲ୍ଲିକୋଟ ରାଣୀ ସହେବା ରାଜନେଇତିକ ଗୋଟି ଚଳାଇବା ସହ ରାଜ୍ୟ ସ୍ତରୀୟ ବିଜେଡି ନେତା ମାନଙ୍କ ସହ ଯୋଗ ସୂତ୍ର ରଖି ଶେଷରେ ଦୈତାରୀ ଙ୍କୁ ସମିତି ଅଧକ୍ଷ ଭାବେ ନିର୍ବାଚିତ କରି ଦଳର ଆଭ୍ୟନ୍ତରୀଣ ଶୃଙ୍ଖଳା କୁ ବଜାୟ ରଖିବାକୁ ଉଦ୍ୟମ ହୋଇଥିବା ଜଣାପଡିଛି l ନବ ନିର୍ବାଚିତ ଅଧକ୍ଷ ଙ୍କୁ ପୂର୍ବତନ ସମିତି ଅଧକ୍ଷ ମିନାକ୍ଷୀ ସାହୁ ,ଜିଲ୍ଲା ପରିଷଦ ସଭ୍ୟ ସୋନମ ପଳାଇ ପୂର୍ବତନ ନଗରପାଳ ରାମ ମୋହନ ପଣ୍ଡା ,ପ୍ରଫୁଲ ସାହୁ ରତ୍ନାକର ସାହୁ ,ବୀଣାପାଣି ପାଣିଗ୍ରାହୀ ,ମିତାଞ୍ଜଳୀ ମିଶ୍ର ,ନାରାୟଣ ପାଢ଼ୀ ,କିଶୋରେ ପଳାଇ ଓ ବହୁ ସରପଂଚ ଓ ଶୁଭାକାଂକ୍ଷୀ କର୍ମୀ ଓ ନେତା ମାନେ ପୁଷ୍ପ ମାଲ ଓ ବାନାଫୁଟାଇ ସ୍ୱାଗତ ଜଣାଇବା ସହ ବ୍ଲକ ପରିସର କୋଳାହଳ ହୋଇ ପଡିଥିବା ଦେଖିବାକୁ ମିଳିଥିଲା l ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇ ନବ ନିର୍ବାଚିତ ଅଧକ୍ଷ ଶ୍ରୀ ବେହେରା ଖଲ୍ଲିକୋଟ ବ୍ଲକ ଏକ ଦୁର୍ନୀତି ମୁକ୍ତ ବ୍ଲକ ରେ ପରିଣତ କରିବା ସହ ନବୀନ ବାବୁ ସାଢ଼ସରଣ ଲୋକଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇ ବ୍ଲକ କୁ ଏକ ନ ବ୍ଲକ ରେ ପରିଣତ କରିବେ ବୋଲି ସୂଚନା ଦେଇଥିଲେ l

nis-ad
Leave A Reply

Your email address will not be published.