ଚିତ୍ରକୋଣ୍ଡା ବନାଞ୍ଚଳରେ vegetable seeds mini kit ବଣ୍ଟନ ଓ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ

ମାଲକାନଗିରି : ଚିତ୍ରକୋଣ୍ଡା ବନାଞ୍ଚଳ, ବନ ସୁରକ୍ଷା ସମିତିର କାର୍ଯ୍ଯ ହେଉଥିବା ଗ୍ରାମ ଗୁଡିକରେ vegetable seeds mini kit ବଣ୍ଟନ ଓ ଜଙ୍ଗଲ ନିଆ ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବନାଞ୍ଚଳ ଅଧୀନରେ ଥିବା ନରସିଂହପୁର ଓ ପେଟାଲ ବନ ସୁରକ୍ଷା ସମିତି ଗ୍ରାମକୁ ଉଦ୍ୟାନ ବିଭାଗର ଶ୍ରୀ ଉଦୟ ଭୂମିଆ(HFW), ବନରକ୍ଷୀ ଶ୍ରୀ ବଳଭଦ୍ର ମାଝି ଓ ଶ୍ରୀ ସନ୍ତୋଷ ପାଇକଙ୍କ ଉପସ୍ଥିତିରେ ପନିପରିବା ମଞ୍ଜି ଓ ବିଭିନ୍ନ ପ୍ରକାର ଫଳ ଚାରା ବଣ୍ଟନ କରାଯାଇଛି। ସୃଷ୍ଟି ପି-ଏନ ଜି ଓ ତରଫରୁ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ଆମ ଜଙ୍ଗଲ ଯୋଜନା ର ଟିମ୍ ଲିଡର ଶ୍ରୀ,ଜ୍ୟୋତି ରଞ୍ଜନ ପାଣିଗ୍ରାହୀ, ଡେଭଲପମେଣ୍ଟ ଅଫିସର ଶ୍ରୀ, ରଞ୍ଜିତ କୁମାର ରାଜୁ,ଶ୍ରୀ,ଅଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ଏହା ସହିତ ଗ୍ରାମର ଏନିମେଟର ଶ୍ରୀ,ତ୍ରିନାଥ କିର୍ଶାନି ଓ ଶ୍ରୀ, ଶିବ ଖିଲ ଓ କେତେକ ଗ୍ରାମର ମୁଖ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ।ଆଗାମୀ ଦିନରେ ନୂତନ ଭାବରେ ବନ ସୁରକ୍ଷା ସମିତି ଗଠିତ ହୋଇଥିବା ଗ୍ରାମ ଗୁଡିକରେ ଏହି ପନିପରିବା ମଞ୍ଜି ଓ ଚାରା ବଣ୍ଟନ କରିବାର ଯୋଜନା ରହିଥିବା କଥା ସୃଷ୍ଟି NGO ତରଫରୁ କୁହାଯାଇଛି। ଏହା ସହିତ ଜଙ୍ଗଲରେ ନିଆ ନ ଲଗାଇବାକୁ ଓ ପଶୁ ଶିକାର ନ କରିବାକୁ ଗ୍ରାମ ବାସୀଙ୍କୁ ଅନୁରୋଧ କରା ଯାଇଥିଲା।

nis-ad
Leave A Reply

Your email address will not be published.