ନାଏବ ସରପଞ୍ଚ ନିର୍ବାଚନ : ଧର୍ମଗୁଳାରେ ବିଜୟୀ ହେଲେ ଏମବିଏ ପ୍ରାର୍ଥୀ

ଦାରିଙ୍ଗବାଡ଼ି,(୧୧/୩) : ଦାରିଙ୍ଗବାଡ଼ି ବ୍ଲକରେ ରହିଥିବା ସମସ୍ତ ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନ ପାଇଁ କଡ଼ା ଟକ୍କର ହୋଇଥିବା ବେଳେ ସିମନବାଡ଼ି ନାଏବ ସରପଞ୍ଚ ଭୋଟ କିଛି ନିଆରା ଥିଲା । ସିମନବାଡ଼ି ଗ୍ରାମ ପଞ୍ଚାୟତର ବଜାର ସାହି ୬ ନଂ ୱାର୍ଡର ୱାର୍ଡମେମ୍ବର ପଦ ନିମନ୍ତେ ଏମବିଏ ପ୍ରାର୍ଥୀ ଏସ.ସୁନୀଲ କୁମାର ସୁବୁଦ୍ଧି ନିର୍ବାଚନରେ ବିଜୟୀ ହୋଇଥିଲେ । ଏହା ପରେ ସେ ନାଏବ ସରପଞ୍ଚ ନିମନ୍ତେ ଶୁକ୍ରବାର ଦିନ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ସୁନୀଲ ସୁବୁଦ୍ଧିଙ୍କ ବିପକ୍ଷରେ ଡକରବାଡ଼ି ୱାର୍ଡର ୱାର୍ଡ ମେମ୍ବର ଜିଖରିୟ ପ୍ରଧାନ ପ୍ରତିଦ୍ବନ୍ଦି କରିଥିଲେ । ଭୋଟ ଗ୍ରହଣ ହେବା ପରେ ସୁନୀଲ ଙ୍କ ସପକ୍ଷରେ ୬ ଖଣ୍ଡ ଭୋଟ ପଡ଼ିଥିବା ବେଳେ ଜିଖରିଅଙ୍କ ସପକ୍ଷରେ ମଧ୍ୟ ୬ ଖଣ୍ଡ ଭୋଟ ପଡ଼ିଥିଲା । ଦୁହିଁଙ୍କ ଭୋଟ ସମାନ ହୋଇଥିବା ଯୋଗୁଁ ନିର୍ବାଚନ ନିୟମ ଅନୁଯାୟୀ ଧର୍ମଗୁଳା ପଡ଼ିଥିଲା । ଏହି ଧର୍ମଗୁଳାରେ ଏସ ସୁନୀଲ ସୁବୁଦ୍ଧି ବିଜୟ ହାସଲ ହୋଇଥିବା ବେଳେ ସେ ଧର୍ମର ଜୟ ପାପର କ୍ଷୟ ହୋଇଥିବା କହିଥିଲେ ।

ଅନ୍ୟ ପକ୍ଷରେ ସିର୍କାବର୍ଗ ଗ୍ରାମ ପଞ୍ଚାୟତରେ ସମାନ ସମାନ ଭୋଟ ହୋଇଥିବା ଯୋଗୁଁ ଧର୍ମଗୁଳା ପାଇଁ ସ୍ଥାନୀୟ ଲୋକ ବିରୋଧ କରିବା ସହ ସରପଞ୍ଚ ଭୋଟ ଦେଇପାରିବନି ବୋଲି କହି ସ୍ଥାନୀୟ ଲୋକ ଜିଦ ଧରି ନିର୍ବାଚନ ବନ୍ଦ କରାଇଥିଲେ । ଏହାରି ଫଳରେ ସିର୍କାବର୍ଗ ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନ ବାତିଲ ହୋଇଥିବା ବେଳେ ଏନେଇ ନିର୍ବାଚନ କମିଶନ ଙ୍କୁ ଘଟଣା ବିଷୟରେ ଜଣାଯିବ ବୋଲି ଜିପିଓ କୃପାସିନ୍ଧୁ ବେହେରା ସୂଚନା ଦେଇଥିଲେ । ସିମନବାଡ଼ି ନାଏବ ସରପଞ୍ଚ ଭୋଟରେ ୱାର୍ଡମେମ୍ବର ଅମରେନ୍ଦ୍ର ପ୍ରଧାନ, ରନିତା ଦିଗାଲ, ଆରତୀ ନାୟକ, ଶିଶିର ପ୍ରଧାନ,ସାନ୍ତା ପ୍ରଧାନ ପ୍ରମୁଖ ପ୍ରାର୍ଥୀ ଭୋଟରେ ଭାଗ ନେଇଥିଲେ ।

nis-ad
Leave A Reply

Your email address will not be published.