ଛତ୍ରପୁର ମୁଖ୍ୟବଜାର ମେନରୋଡ଼ରେ ବିଜେଡି ଦଳୀୟ କାର୍ଯ୍ୟାଳୟ ଉଦଘାଟିତ

ଛତ୍ରପୁର : ଛତ୍ରପୁର ମେଇନରୋଡ଼ ମୁଖ୍ୟବଜାରରେ ବିଜୁଜନତାଦଳର ଅସ୍ଥାୟୀ ଦଳୀୟ କାର୍ଯ୍ୟାଳୟ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଗୁରୁବାର ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି । ଛତ୍ରପୁରର ଚେୟାରମ୍ୟାନ ପ୍ରାର୍ଥୀନୀ ଟି.ଲଷ୍ମୀ ଙ୍କ ସମେତ ଅନ୍ୟ ସମସ୍ତ ୱାର୍ଡରେ ବିଜେଡି ପ୍ରାର୍ଥୀଙ୍କୁ ବିଜୟ ଦିଗରେ ସମସ୍ତଙ୍କ ସକ୍ରୀୟ ଭୂମିକା ଗ୍ରହଣ କରିବାକୁ ବିଧାୟକ ସୁବାସ ଚନ୍ଦ୍ର ବେହେରା ଆହ୍ୱାନ କରିଛନ୍ତି ।

ବିଜେଡି ନଗରସଭାପତି ବି.ରାଜିବାବୁ ଙ୍କ ଦ୍ଵାରା ସଭାପରିଚାଳନା ହୋଇଥିବାବେଳେ ପୂର୍ବତନ କାଉନ୍ସିଲର ଟି.ଚନ୍ଦ୍ରଶେଖର ରାଓ, ରାଜେଶ ସାହୁ,କ୍ୟାନସିଲରପ୍ରାର୍ଥୀ ଜି.ପାପା ରାଓ, ଛତ୍ରପୁର ବ୍ଳକ୍ ଅଧ୍ୟକ୍ଷ ତଥା ୨୦ନମ୍ବର ଜୋନ୍ ଜିଲ୍ଲାପରିଷଦ ସଦସ୍ୟ ଏମ୍.ଧନଞ୍ଜୟ ରେଡ୍ଡୀ, ପ୍ରାକ୍ତନ ବିଧାୟକ ଅଶୋକ ଚୌଧୁରୀ,ନଗର ଉପସଭାପତି ଅଟଳ ବିହାରି ପଟ୍ଟନାୟକ,ସମସ୍ତ ୱାର୍ଡପ୍ରାର୍ଥୀ ଏବଂ ବହୁ ମାନ୍ୟଗଣ୍ୟମାନ୍ୟ ନେତ୍ତୃବର୍ଗ ଯୋଗଦେଇଥିଲେ । ସମାଜସେବୀ ଆଡ଼ଭୋକେଟ ଅହିଭୂଷଣ ସାହୁ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥଲେ ।

nis-ad
Leave A Reply

Your email address will not be published.