ଉତ୍ତରାଖଣ୍ଡରେ ହାରିଲେ ମୁଖ୍ୟମନ୍ତ୍ରୀ, କିନ୍ତୁ ବିଜେପି ଜିତିଲା

ଡେରାଡୁନ: ଗୋଆ ପରେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ରେଜଲ୍ଟ ସାମ୍ନାକୁ ଆସିଛି। ନିର୍ବାଚନ ଫଳାଫଳ ଅନୁଯାୟୀ ଉତ୍ତରାଖଣ୍ଡରେ ପୁଣି ସରକାର ଗଠନ କରିବା ପାଇଁ ବିଜେପି ଆବଶ୍ୟକ ମ୍ୟାଜିକ ନମ୍ବର ହାସଲ କରି ନେଇଛି। ଦଳ ଏଠାରେ ସରକାର ଗଠନ କରିବାକୁ ଯାଉଥିଲେ ହେଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ପରାସ୍ତ ହୋଇଛନ୍ତି।
ଉତ୍ତରାଖଣ୍ଡର ୭୦ଟି ଆସନରୁ ବିଜେପି ୩୯ଟିରେ ଜିତି ସାରିଛି। ସେହିପରି ବାକି ୯ଟି ଆସନରେ ଲିଡ୍‌ କରୁଛି। ଲିଡର ମାତ୍ରା ଏତେ ଅଧିକ ଅଛି ଯେ ଏହି ୯ଟି ଯାକ ଆସନରେ ମଧ୍ୟ ବିଜେପି ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଏହାର ଅର୍ଥ ରାଜ୍ୟରେ ବିଜେପି ଏକାକୀ ୪୮ଟି ଆସନ ଦଖଲ କରିବ। ୨୦୧୭ରେ ଦଳ ଏଠାରେ ୫୭ଟି ଆସନ ଜିତିଥିଲା। ବିଜେପିର ଆସନ ସଂଖ୍ୟା କମିଥିଲେ ମଧ୍ୟ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୩୬କୁ ବେଶ ସହଜରେ ହାସଲ କରିନେଇଛି।
କଂଗ୍ରେସ ୧୫ଟି ଆସନ ଜିତିଥିବା ବେଳେ ଆଉ ୩ଟିରେ ଆଗରେ ରହିଛି। ଆପ ଏଠାରେ ଖାତା ଖୋଲିବାକୁ ସକ୍ଷମ ହୋଇନି। ସେହିପରି ଅନ୍ୟାନ୍ୟ ଦଳ ୪ଟି ଆସନରେ ବାଜିମାତ କରିଛନ୍ତି। ଆପ୍‌ ପଞ୍ଜାବରେ ସରକାର ଗଠନ କରିଥିବା ବେଳେ ଉତ୍ତରାଖଣ୍ଡରେ ଖାତା ନ ଖୋଲିପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

nis-ad
Leave A Reply

Your email address will not be published.