ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ଚରଣଜିତ୍ ସିଂ ଚନ୍ନି, ପ୍ରକାଶ ସିଂ ବାଦଲ ପରାଜିତ

ଚଣ୍ଡୀଗଡ଼- ପଞ୍ଜାବରେ ବହୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହାରିଯାଇଛନ୍ତି । ଆମଆଦମୀ ପାର୍ଟି ପଞ୍ଜାବରେ ପ୍ରଚଣ୍ଡ ବିଜୟ ହାସଲ କରିଛି । ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀ ପରାଜୟ ବରଣ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ, କ୍ୟାପଟେନ୍‌ ଅମରିନ୍ଦର ସିଂ, ମୁଖ୍ୟମନ୍ତ୍ରୀ ଚରଣ ଜିତ୍‌ ସିଂ ଚନ୍ନି ଏବଂ ପୂର୍ବ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲ, କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ କଂଗ୍ରେସର ବରିଷ୍ଠ ନେତା ବିକ୍ରମ ମାଜିଥିଆ ଆମ୍‌ ଆଦମୀ ପାର୍ଟିର ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଛନ୍ତି ।

ପଞ୍ଜାବର ବରିଷ୍ଠ ନେତା ତଥା ୧୯୭୦ ମସିହାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ସୁଖବୀର ସିଂ ବାଦଲ ୨୦୧୭ ମସିହା ପର୍ଯ୍ୟନ୍ତ ଅନେକ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ । ହେଲେ ସେ ଆମ ଆଦମୀ ପାର୍ଟିର ନେତା ଗୁରମିତ ସିଂ ଖୁଦଆନ୍‌ଙ୍କ ଠାରୁ ହାରିଯାଇଛନ୍ତି ।

କ୍ୟାପଟେନ୍‌ ଅମରିନ୍ଦର ସିଂ , ୨୦୧୪ ମସିହାରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ହରାଇଥିଲେ । ଏହାପରେ ବିଜେପି ଶିରୋମଣୀ ଅକାଳୀ ଦଳକୁ ପରାସ୍ତ କରି ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏଥର କ୍ୟାପଟେନ୍‌ଙ୍କୁ ପରାଜୟର ମୁହଁ ଦେଖିବା ପାଇଁ ମିଳିଛି ।

ପଞ୍ଜାବର ଏବେ କାମଚଳା ମୁଖ୍ୟମନ୍ତ୍ରୀ ଥିବା ଚରଣ ଜିତ୍‌ ସିଂ ଚନ୍ନି ହାରିଯାଇଛନ୍ତି । ସେ ଦୁଇଟି ଆସନରୁ ପରାଜୟ ବରଣ କରିଛନ୍ତି । ପଞ୍ଜାବର ବରିଷ୍ଠ ନେତା ସୁଖବୀର ସିଂ ବାଦଲ, କଂଗ୍ରେସର ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଏବଂ ମନପ୍ରୀତ ସିଂ ବାଦଲ ନିଜ ନିଜ ଆସନରୁ ହାରିଯାଇଛନ୍ତି ।

nis-ad
Leave A Reply

Your email address will not be published.