ରାଜ୍ୟରେ ଆଜି ୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟଙ୍କ ମଧ୍ୟରେ ସଙ୍ଗରୋଧରୁ ୬୪, ସ୍ଥାନୀୟ ଅଂଚଳରୁ ୪୪ ଓ ୧୮ ବର୍ଷ ବୟସ ମଧ୍ୟରେ ୩୦ ଜଣ ଅଛନ୍ତି। ଏହାକୁ ମିଶାଇ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୮୬ ହଜାର ୩୫୩କୁ ବୃଦ୍ଧି ପାଇଛି। ନୂଆ ଚିହ୍ନଟଙ୍କ ମଧ୍ୟରେ ଗଜପତିରୁ ୧୬, ଖୋର୍ଦ୍ଧାରୁ ୧୪ ଓ ଷ୍ଟେଟପୁଲରୁ ୩ ଜଣ ଅଛନ୍ତି।

ଅନ୍ୟ ଚିହ୍ନଟଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୯ ଜଣ, କଟକ, ସମ୍ବଲପୁର ଓ ବୌଦ୍ଧରୁ ୮ ଜଣ ଲେଖାଏଁ, ଗଂଜାମ ଓ କେନ୍ଦ୍ରାପଡ଼ାରୁ ୭ ଜଣ ଲେଖାଏଁ ଏବଂ ନବରଙ୍ଗପୁରରୁ ୬ ଜଣ ଅଛନ୍ତି। ସେହିପରି ବାଲେଶ୍ୱର, ବଲାଙ୍ଗୀର, ଯାଜପୁର ଓ ଝାରସୁଗୁଡ଼ାରୁ ୩ ଜଣ ଲେଖାଏଁ, କଳାହାଣ୍ଡିରୁ ୨ ଏବଂ ବରଗଡ଼, ଦେବଗଡ଼, ଢେଙ୍କାନାଳ, ଜଗତସିଂହପୁର, ମୟୁରଭଞ୍ଜ, ନୂଆପଡା, ରାୟଗଡା ଓ ସୋନପୁରରୁ ଜଣେ ଲେଖାଏଁ ଅଛନ୍ତି।

ତେବେ ରାଜ୍ୟରେ ଆଉ ଆଉ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୧୦୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକ ଜଣକ ଖୋର୍ଦ୍ଧା ଜିଲ୍ଳାର ୬୯ ବର୍ଷିୟ ବୃଦ୍ଧ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୬୩୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୪୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୬୧୫୦ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୯୭୩୬୪୯୦ ସାମ୍ପୁଲ ଟେଷ୍ଟ୍ ହୋଇଛି ।

nis-ad
Leave A Reply

Your email address will not be published.