ନ୍ୟାୟ ଦାବିରେ କଟାମୁଣ୍ଡ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକ

ପିପିଲି: ରାଜରାସ୍ତାରେ କଟାମୁଣ୍ଡ ରଖି ସ୍ଥାନୀୟ ଲୋକ ରାସ୍ତାରୋକ । ପୁରୀ ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ ପିପିଲି ଟୋଲ ଗେଟ ପାଖରେ ରାସ୍ତା ରୋକ । ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ କଟାମୁଣ୍ଡ ଓ ମୃତ ଦେହ ରଖି ନ୍ୟାୟ ଦାବିରେ ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକିଛି ଶହ ଶହ ଗାଡି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି । ପିପିଲି ଏସଡିପିଓ ଓ ଆଇଆଇସି ସ୍ଥାନୀୟ ଲୋକଙ୍କୁ ରାସ୍ତା ଉପରୁ ହଟାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ସୂଚନା ଅନୁସାରେ, ପିପିଲି ଗୋବିନ୍ଦପୁର ଅନ୍ତର୍ଗତ ମାଟିଆପଡ଼ା ଗ୍ରାମର ସୁମିତ୍ରା ଜେନାଙ୍କ ପୁଅ ମୃତ ସୌମ୍ୟରଞ୍ଜନ ଦଶମ ଶ୍ରେଣୀର ଛାତ୍ର । ସୌମ୍ୟରଞ୍ଜନ ଗତ ୭ ତାରିଖ ସନ୍ଧ୍ୟା ୬ଟା ଠାରୁ ନିଖୋଜ ଥିଲେ । ପରଦିନ ୮ତିରଖ ୧୧ଟା ସମୟରେ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୌମ୍ୟରଞ୍ଜନଙ୍କ ମୃତଦେହ ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ । ମୃତଦେହ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅନ୍ତର୍ଗତ କନ୍ତିଆକଣ୍ଟା ସ୍ଥିତ ରେଳଲାଇନରେ ପଡ଼ିଥିବାର ଦେଖିଥିଲେ ଶିକ୍ଷୟତ୍ରୀ ।

ଅନ୍ୟପଟେ ମୃତ ସୌମ୍ୟରଞ୍ଜନଙ୍କ ସହ ଉକ୍ତ ଅଞ୍ଚଳର ଜଣେ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ଥିଲା ଯାହାକି ତାଙ୍କ ମୋବାଇଲର ମେସେଜରୁ ଜଣାପଡିଛି ବୋଲି ଏତଲା ରେ ଦର୍ଶାଯାଇଛି । ତେବେ ୧୬ବର୍ଷୀୟ ଦଶମ ଶ୍ରେଣୀର ଛାତ୍ର ସୌମ୍ୟରଞ୍ଜନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ ପରିବାର ଲୋକ । ଏବଂ ନ୍ୟାୟ ଦାବିରେ ପରିବାର ଲୋକ ଓ ଗ୍ରାମବାସୀ ନ୍ୟାୟ ପାଇଁ ପିପିଲି ଟୋଲ ଗେଟ ଠାରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ।

nis-ad
Leave A Reply

Your email address will not be published.