ଆରମ୍ଭ ହେଲା OMC-CDTA ଓପନ ଟେନିସ ପ୍ରତିଯୋଗିତା

କଟକ: ଆରମ୍ଭ ହେଲା ଓଏମସି ସିଡିଟିଏ (OMC-CDTA) ଓଡିଶା ଓପନ ଟେନିସ ଚମ୍ପିୟାନସିପ । କଟକ ବାରବାଟୀ ଷ୍ଟାଡିୟମ ନିକଟରେ ଥିବା କଟକ ଟେନିସ ସଂଘ ଗ୍ରାଉଣ୍ଡରେ ଆଜିଠୁ ଏହି ମେଗା ପ୍ରତିଯୋଗିତା ଆରମ୍ଭ ହୋଇଛି ।

ମୋଟ 5ଟି କାଟାଗୋରୀରେ ମ୍ୟାଚ ଖେଳାଯାଉଛି । 12 ବର୍ଷ ରୁ କମ ବାଳକ , 16 ବର୍ଷ ରୁ କମ ବାଳକ , ପୁରୁଷ ଡବଲ , ମହିଳା ସିଙ୍ଗିଲିସ ଓ ଡ଼ବଲ ଭେଟେରାନ କ୍ୟାଟାଗୋରୀ ରେ ମ୍ୟାଚ ଆରମ୍ଭ ହୋଇଛି ।ଆରମ୍ଭ ହେଲା OMC-CDTA ଓପନ ଟେନିସ ପ୍ରତିଯୋଗିତା

ଓଡିଶାର ବିଭିନ୍ନ ଜିଲ୍ଲାରୁ ମୋଟ 200 ପ୍ରତିଯୋଗୀ ଏହି ମେଗା ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ତେବେ ଏହି ପ୍ରତିଯୋଗିତା ଆଜିଠୁ ଆରମ୍ଭ ହୋଇ 13 ତାରିଖ ପର୍ଯ୍ୟନ୍ତ ଖେଳାଯିବ । କୋଭିଡ କାରଣରୁ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବନ୍ଦ ରହିଥିଲା ଏହି ମେଗା ପ୍ରତିଯୋଗିତା । ତେବେ ଚଳିତବର୍ଷ ଏହି ପ୍ରତିଯୋଗିତା ରୁ ଅନେକ ଯୁବ ପ୍ରତିଭା ସମ୍ନାକୁ ଆସିବେ ବୋଲି ଆଶା ରଖିଛି ରାଜ୍ୟ ସଂଘ।

ଜାତୀୟ ସ୍ତରରେ ଜୁନିୟରଙ୍କ ପଦର୍ଶନ ବେଶ ଭଲ ରହିଥିଲା ବେଳେ ସିନିୟରଙ୍କ ପଦର୍ଶନ ଏତେ ଆଖି ଦୃଷ୍ଟିଆ ହୋଇ ପାରିନାହିଁ । ତେବେ ଏହି ଦିଗରେ ନୂଆ କୋଚ୍ ଏବଂ ଉଚ୍ଚ କୋଟିର ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ରାଜ୍ୟ ସଂଘ ସମ୍ପାଦକ।

nis-ad
Leave A Reply

Your email address will not be published.