ଗ୍ରୀଷ୍ମ ପ୍ରବାହରେ ସ୍କୁଲ ପରିଚାଳନା ପାଇଁ ଜାରି ହେଲା ମାର୍ଗଦର୍ଶିକା

ଭୁବନେଶ୍ୱର: ବର୍ଦ୍ଧିତ ତାମାତ୍ରକୁ ଆଖି ଆଗରେ ରଖି ଓସେପା(ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ) ଶିକ୍ଷାନୁଷ୍ଠାନରେ ପିଲାଙ୍କ ସୁରକ୍ଷାକୁ ବିଶେଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶନାମା ଜାରି କରିଛି । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ, ପ୍ରକଳ୍ପ ସଂଯୋଜକଙ୍କୁ ପିଲାଙ୍କ ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଓସେପା ନିର୍ଦ୍ଦେଶକ ଅନୁମ ଶାହା ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁଦ ସେଠୀ ମଧ୍ୟ ଗ୍ରୀଷ୍ମ ପ୍ରବାହରେ ସ୍କୁଲଗୁଡ଼ିକର ପରିଚାଳନା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ପିଲାଙ୍କୁ ସାଥିରେ ପାଣି ବୋତଲ ଧରି ଶିକ୍ଷାନୁଷ୍ଠାନ ଆସିବାକୁ ସଚିବ ପରାମର୍ଶ ଦେଇଥିବାବେଳେ ଅଭିଭାବକମାନେ ଏଦିଗରେ ସଚେତନ ହେବାକୁ କହିଛନ୍ତି । ସ୍କୁଲରେ କୌଣସି ପ୍ରକାରର ଆଉଟଡୋର୍ ଖେଳ ଆୟୋଜନ ନକରିବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷାନୁଷ୍ଠାନରେ ପର୍ଯ୍ୟାପ୍ତ ପରିମାଣର ଓଆର୍‌ଏସ୍ ସଂଗୃହିତ କରି ରଖିବା ଏବଂ ଶିକ୍ଷାନୁଷ୍ଠାନ ପରିସରରେ ଥିବା ନଳକୂପଗୁଡ଼ିକର ମରାମତି ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

nis-ad
Leave A Reply

Your email address will not be published.