ବିଏମସିର ସମସ୍ତ ୧୨ ମେୟର ପ୍ରାର୍ଥିନୀଙ୍କ ପ୍ରାର୍ଥିତ୍ବ କାଏମ

ଭୁବନେଶ୍ବର: ଶେଷ ହେଲା ପ୍ରର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା । ଭୁବନେଶ୍ବର ମହାନଗର ନିଗମର ସମସ୍ତ ୧୨ ଜଣ ମେୟର ପ୍ରାର୍ଥିନୀଙ୍କ ପ୍ରାର୍ଥିତ୍ବ କାଏମ ରହିଛି । ୬୭ଟି ଓ୍ବାର୍ଡ ପାଇଁ ମୋଟ ୩୬୦ ଜଣ କର୍ପୋରେଟର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ ଜାରି ରହିଛି । ଯାଞ୍ଚ ବେଳେ ମୁଖ୍ୟତଃ ପ୍ରାର୍ଥୀ ଦୁଇଟି ସତ୍ୟପାଠ ଦେଇଛନ୍ତି କି ନାହିଁ ଓ ଫର୍ମର ରସିଦ ଅଛି କି ନାହିଁ ଏବଂ ଭୋଟର ତାଲିକାରେ ପ୍ରାର୍ଥୀଙ୍କ ନାମ ତାଲିକାଭୁକ୍ତ ହୋଇଛି କି ନାହିଁ ତାହାକୁ ପ୍ରାଥମିକତା ଦିଆଯାଉଛି ।

୧୪ ତାରିଖ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିବସ ରହିଛି । ସେହିଦିନ ସଂଧ୍ୟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମସି ନିର୍ବାଚନ ଅଧିକାରୀ ପ୍ରଫୁଲ କୁମାର ସ୍ବାଇଁ ।

nis-ad
Leave A Reply

Your email address will not be published.