ବହୁ ଅସନ୍ତୁଷ୍ଟ ବିଜେଡି କର୍ମୀ କଂଗ୍ରେସରେ ମିଶିଲେ

ଫୁଲବାଣୀ : ବିଜେଡିର ଅଧିକାଂଶ ବରିଷ୍ଠ କର୍ମୀଙ୍କୁ ଦଳ ତରଫରୁ ଚଳିତ ପୌର ନିର୍ବାଚନରେ ଟିକେଟ ନମିଳିବା ନେତାମାନଙ୍କ ଅଣଦେଖା କରାଯାଇଥିବାରୁ ବିଜେଡ଼ି ଦଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି | ଫଳରେ ସହରର ବହୁ ବିଜେଡି ନେତା ଓ କର୍ମୀ ବୁଧବାର ଦିନ ବିଜେଡି ଦଳ ଛାଡି କଂଗ୍ରେସରେ ମିଶିଛନ୍ତି | ଆଜି କଂଗ୍ରେସ ପକ୍ଷରୁ ସ୍ଥାନୀୟ ପ୍ରେସ କ୍ଲବ ଆୟୋଜିତ ଏକ ମିଶ୍ରଣ ପର୍ବରେ ଏହି କର୍ମୀ ମାନେ କଂଗ୍ରେସରେ ମିଶିଛନ୍ତି । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ପିସିସି ସମ୍ପାଦକ ଚନ୍ଦ୍ର ଶେଖର ପରିଡା, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ଯୁବ ନେତା ନନ୍ଦ କିଶୋର ଦାସ, ନଗର ସଭାପତି, ଶିବଶଙ୍କର ବେହେରା, ଜିଲା ଯୁବ କଂଗ୍ରେସ ସଭାପତି ବସନ୍ତ ପାଢ଼ୀ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅନୁପମ କହଁର, ଯୁବ ନେତା ତଥା ଜିଲ୍ଲା ଯୁବ କଂଗ୍ରେସ ସଭାପତି ସଞ୍ଜୟ କର ବରିଷ୍ଠ ନେତା ବିଜୟ ମହାନ୍ତି, ହେମନ୍ତ କର ପ୍ରମୁଖ ବହୁନେତା ପ୍ରମୁଖ ଉତ୍ତରୀୟ ପିନ୍ଧାଇ ସ୍ବାଗତ କରି ଦଳରେ ମିଶାଇଥିଲେ । ଏମାନେ ମିଶିବା
ଫଳରେ ଦଳ ସହରରେ ଅଧିକ ଶକ୍ତିଶାଳୀ ହେବାସହ ପୌର ନିର୍ବାଚନ ରେ ବିଜୟ ସମ୍ଭାବନାକୁ ଅଧିକ ଦୃଢ଼ କରିଥିବା ଜିଲ୍ଲା ସଭାପତି ଅନାମ ନାୟକ କହିଛନ୍ତି । ଆଗକୁ ଆହୁରୀ ଅନେକ ବିଜେଡି ଓ ବିଜେପି କର୍ମୀ କଂଗ୍ରେସ ରେ ସାମିଲ ହେବେ ବୋଲି ସଭାପତି ନାୟକ କହିଛନ୍ତି ।

nis-ad
Leave A Reply

Your email address will not be published.