ନିଶା ମାଫିଆ ଅନୀଲ ପାଣ୍ଡିର ଆଉ ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ସିଜ୍‌ କଲା ଏସ୍‌ଟିଏଫ୍‌

ଭୁବନେଶ୍ବର : କୁଖ୍ୟାତ ନିଶା ମାଫିଆ ଅନୀଲ ପାଣ୍ଡିର ସମ୍ପତ୍ତି ଜବତ ଘଟଣା । ଆଉ ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କଲା ଏସ୍‌ଟିଏଫ୍‌ ।ଯେଉଁଥିରେ ରହିଛି ଗୋଟିଏ ମହିନ୍ଦ୍ରା ବୋଲେରୋ ପ୍ଲସ୍‌ ଏବଂ ମହିନ୍ଦ୍ରା ଏକ୍ସୟୁଭି ।

ସେହିପରି ପୂର୍ବରୁ ଅନୀଲର ୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଏସ୍‌ଟିଏଫ୍‌ । ଫେରାର ଅନୀଲ ପାଣ୍ଡିର ନିଶା କାରବାର ଓଡ଼ିଶାରୁ ଗୁଜରାଟ ଯାଏଁ ଲମ୍ବିଛି। ଗୁଜୁରାଟରେ ୧୧ଟି NDPS କେସ୍‌ରେ ସମ୍ପୃକ୍ତ ଥିବା ଅନୀଲ ମୋଷ୍ଟ ୱାଣ୍ଟେଡ ତାଲିକାଭୁକ୍ତ ରହିଛି । ପୂର୍ବରୁ ଅନୀଲ ପାଣ୍ଡିର ଭାଇ ସୁନୀଲ ପାଣ୍ଡିକୁ ଗିରଫ କରିଛି ଗୁଜୁରାଟ ପୋଲିସ । ହେଲେ ଅନୀଲ ପାଣ୍ଡି ଫେରାର୍‌ ହୋଇଯାଇଥିଲା ।

nis-ad
Leave A Reply

Your email address will not be published.