ରାଜ୍ୟରେ ପ୍ରଥମ ଥର କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ‘ମା’ ଦୁଗ୍ଧ ଭଣ୍ଡାର

ଭୁବନେଶ୍ବର: ମାଆ କ୍ଷୀର ଅଭାବରୁ ଆଉ ମରିବେନି ଛୁଆ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଣିକି ମାଆ କ୍ଷୀରକୁ ମଧ୍ୟ ସାଇତି ରଖିହେବ । ରାଜ୍ୟରେ ପ୍ରଥମଥର ପାଇଁ କ୍ୟାପିଟାଲ ହସ୍ପିଟାଲରେ ଏଭଳି ଉଦ୍ୟମ ଆରମ୍ଭ ହୋଇଛି । ଶିଶୁ ବିଭାଗରେ ଆରମ୍ଭ ହୋଇଛି ମାଆ ଦୁଗ୍ଧ ଭଣ୍ଡାର । ଜାତୀୟ ସ୍ୱାସ୍ଥ୍ୟ ମିସନ ପକ୍ଷରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ନବଜାତ ଶିଶୁମାନଙ୍କ ପାଇଁ ଉପାଦେୟ ହେବ ।

ଏହାର ସିଧାସଳଖ ସୁବିଧା ପାଇବେ ନବଜାତ ଶିଶୁ । ନବଜାତ ଶିଶୁ ନିଜ ମାଆ କ୍ଷୀର ନପାଇଲେ, ଏହି କେନ୍ଦ୍ରରୁ ସଂଗୃହୀତ ଦୁଗ୍ଧ ସେମାନଙ୍କୁ ଯୋଗାଇ ଦିଆଯିବ ।
ବିଶେଷକରି ଶିଶୁ ଜନ୍ମ ଦେବା ସମୟରେ ବହୁ ମହିଳାଙ୍କ ଠାରେ ଦୁଗ୍ଧ ସୃଷ୍ଟି ହୁଏ ନାହିଁ । ଫଳରେ ନବଜାତ ଶିଶୁମାନେ ସମସ୍ୟାରେ ପଡ଼ନ୍ତି । ହେଲେ ଏବେ ଏହି ସମସ୍ୟା ବହୁ ପରିମାଣରେ ଦୂର ହୋଇପାରିବ । ଅନ୍ୟପକ୍ଷରେ ଅନେକ ସମୟରେ କିଛି ମହିଳାଙ୍କ ଠାରେ ନବଜାତ ଶିଶୁ ଲୋଡ଼ୁଥିବା ଠାରୁ ଅଧିକ ଦୁଗ୍ଧ ସୃଷ୍ଟି ହୋଇଥାଏ । ଏହା ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦର କାରଣ ହୋଇଥାଏ । ତେଣୁ ସେଭଳି କ୍ଷେତ୍ରରେ ମହିଳାମାନେ ଏହି ଦୁଗ୍ଧ ଭଣ୍ଡାରକୁ ଦାନ କରିପାରିବେ । ଏହା ଦେଶର ୩୪ତମ ଓ ଓଡ଼ିଶାର ପ୍ରଥମ ମା’ ଦୁଗ୍ଧ ଭଣ୍ଡାର । ଏହି କେନ୍ଦ୍ର ଉଦଘାଟନ ଅବସରରେ ଦୁଇଜଣ ମହିଳାଙ୍କ ଦୁଗ୍ଧ ସଂରକ୍ଷିତ କରାଯାଇଛି । ବୈଜ୍ଞାନିକ ପଦ୍ଧତିରେ ଏହି ଦୁଗ୍ଧକୁ ୬ମାସ ଧରି ରଖିହେବ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଏଲଡି ସାହୁ ।

nis-ad
Leave A Reply

Your email address will not be published.