କ୍ରୀଡ଼ାଛାତ୍ରାବାସର ବିଜୁଳି ବିଲ୍ ବାକି ପଡ଼ିଛି
ମାଲକାନଗିରି : ରାଜ୍ୟ ସରକାର ବିଭିନ୍ନ ଆନ୍ତର୍ଜାତୀୟ କ୍ରୀଡ଼ାର ଆୟୋଜନ କରି ସାରାଦେଶରେ ବାହାବା ନେଉଥିବା ବେଳେ ଦୀପତଳ ଅନ୍ଧାର ଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ । ଜିଲ୍ଲାର ଏକ ମାତ୍ର କ୍ରୀଡ଼ାଛାତ୍ରାବାସ ବିଜୁଳି ବିଲ ବାକି ଥିବା ଦର୍ଶାଇ ଦୀର୍ଘ ୧୦ ଦିନ ହେଲା ବିଜୁକାଟ କରିଛି ଟାଟା ପାୱାର | ଯାହା ଫଳରେ ରହୁଥିବା ଛାତ୍ର ମାନେ ନାନା ଅସୁବିଧା ରୋ ସମ୍ମୁଖୀନ ହେଉଥିଲେ । ବିଶେଷ କରି ଦଶମ ଶ୍ରେଣୀ ଛାତ୍ର ମାନେ ପାଠପଢିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ବାଧ୍ୟ ହେଇ ହଷ୍ଟେଲ ଛାଡି ନିଜ ନିଜ ଗ୍ରାମକୁ ଚାଲିଯାଉଥିବା ଦେଖିବାକୁ ମିଳିଛି ।
ଏହି ସମୟରେ ଜିଲ୍ଲା କ୍ରୀଡା ଅଧିକାରୀ ଛାତ୍ର ମାନଙ୍କୁ ବୁଝାଇ ଥିଲେ ମଧ୍ୟ ହଷ୍ଟେଲକୁ ଫେରାଇ ନେବାରେ ଅସଫଳ ହୋଇଥିବା ଦେଖିବାକୁ ମିଳିଥିଲା । ୨୦୧୨ ମସିହା ଠାରୁ ଆଜି ପର୍ଯନ୍ତ ବିକେୟା ଥିବା ବିଜୁଳି ବିଲ୍ ପୈଠ କରାଯାଇନଥିଲା । ଗତ କିଛିମାସ ତଳେ 19ଲକ୍ଷ75ହଜାଟଙ୍କାର ବିଲ୍ ପୈଠ କରାଯିବା ପରେ ବିଜୁଳି ଆସିଥିଲା । କିନ୍ତୁ ପୂର୍ବରୁ ବକେୟା ଥିବା ଆଉ 30ଲକ୍ଷ ଟଙ୍କାର ବିଜୁଳି ବିଲ ଟଙ୍କା ପୈଠ ନକରିବା କାରଣରୁ ବିଜୁଳି କଟାଯାଇଥିବା କହିଛନ୍ତି ଜିଲ୍ଲା କ୍ରୀଡ଼ା ଅଧିକାରି ଏବିଷୟରେ କ୍ରୀଡ଼ା ବିଭାଗକୁ ବାରମ୍ବାର ଅଭିଯୋଗ କଲାପରେବି କୌଣସି ସମସ୍ୟାର ସମାଧାନ ହୋଇପାରୁ ନାହିଁ ବୋଲି ଜିଲ୍ଲା କ୍ରିଡା ଅଧିକାରୀ ପ୍ରକାଶ କରିଥିଲେ । ମାଲକାନଗିରି ଜିଲ୍ଲାର ଉନ୍ନୟନ କାମ ଦାୟିତ୍ୱ ରେ ନିଜେ କ୍ରିଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ରହିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯେଉଁଠି ପାଠ ପଢିବାକୁ ବିଜୁଳି ଆଲୋକ ମିଳିପାରୁ ନାହିଁ ସେଇଠି କ୍ରୀଡାକୁ ନେଇ କିପରି ନିଜ ଭବିଷ୍ୟତ ଗଢିବେ ତାହା ସ୍ୱଷ୍ଟ ବାରିହେଉଛି ।