ଚିକିଟି : ଆଜି ବ୍ଲକ ସମ୍ମିଳନୀ କକ୍ଷରେ ଶିଶୁ ଓ ମହିଳା ସମନ୍ୱୟ ବିକାଶ କାର୍ଯ୍ୟlଳୟ ତରଫରୁ ଅlନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସିଡିପିଓ ଶ୍ରୀମତୀ ଗୀତାଞ୍ଜଳୀ ପାଣିଗ୍ରାହୀଙ୍କ ଅଧକ୍ଷତା ରେ ଆଜିର ଲିଙ୍ଗଗତ ସମାନତା ଆସନ୍ତା କାଲିର ସୁରକ୍ଷା କବଚ ସମ୍ପର୍କିତ ଆଲୋଚନାରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ତହସିଲଦାର କୁଲଦୀପ କୁମାର, ସମ୍ମାନୀୟ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଭାକର ସେଠୀ, ଅବସର ପ୍ରାପ୍ତ ସିଡିପିଓ ମାଧୁରୀ ପାଢ଼ୀ ଓ ମୁଖ୍ୟ ଅତିଥିଭାବେ ଧାନଘର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଦୀପ୍ତ କୁମାର ପଟନାୟକ ପ୍ରମୁଖ ଯୋଗ ଦେଇ ଥିଲେ l
ଅତିଥି ମାନଙ୍କୁ ସ୍ୱାଗତ ପରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା l ଯୁଗେ ଯୁଗେ ନାରୀର ମହନୀୟ ଗୁଣ ସମ୍ପର୍କରେ ଆଲୋକପାତ କରିବା ସହ ସମାଜର ପ୍ରଗତି ପାଇଁ ଲିଙ୍ଗଗତ ସମାନତା ହିଁ ଆସନ୍ତା କାଲିର ସୁରକ୍ଷା କବଚ ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ l ଏହି ଅବସରରେ ରେ ବାଲ୍ୟ ବିବାହ ନିରାକରଣ ଉପରେ ଅଙ୍ଗନବାଡି କର୍ମୀ ପ୍ରିୟଦର୍ଶନୀ ରାଉଳ, ମଞ୍ଜୁଳା କୁମାରୀ ଦେବୀ, ରଂଜିତା ରାଉତ, ସୁଜାତା ଡାକୁଆ, ପଙ୍କଜ ମହାରଣା, ଜୟନ୍ତୀ ରାଉଳ, ଜାନକୀ ସାହୁ ଓ ପ୍ରମିତା କୁମାରୀ ରାଉଳ ପ୍ରମୁଖ ହୃଦୟସ୍ପର୍ଶୀ ସଚେତନତାମୂଳକ ନାଟକ ପରିବେଷଣ କରିଥିଲେ l ନୃତ୍ୟ ପ୍ରତିଯୋଗିତାରେ ଦିପାଲୀ ବିଷୋୟୀ ପ୍ରଥମ, ସନ୍ତୋଷିନୀ ମହାପାତ୍ର ଦ୍ୱିତୀୟ ଓ ଶୁଭଶ୍ରୀ ଗୌଡ଼ ତୃତୀୟ ସ୍ଥାନ, ରଙ୍ଗୋଲି ପ୍ରତିଯୋଗିତାରେ ପ୍ରଥମ ବି. ରେଣୁକା, ଅନିତା କୁମାରୀ ସାହୁ ଦ୍ୱିତୀୟ ଓ କ୍ରିଷ୍ଣା ମହାରଣା ତୃତୀୟ ସ୍ଥାନ ପାଇଥିବା ବେଳେ କୁଇଜ ପ୍ରତିଯୋଗିତା ରେ ପ୍ରଥମ ମମତା ବେହେରା, ଅନିତା ପ୍ରଧାନ ଦ୍ୱିତୀୟ ଓ ନମିତା ମହାରଣା ତୃତୀୟ ସ୍ଥାନ ପାଇଥିଲେ l ଅତିଥିମାନଙ୍କ ଦ୍ଵାରା ସମସ୍ତ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l ସୁପରଭାଇଜର ଶ୍ଵେତା ବେହେରା,, ରାଜଲକ୍ଷ୍ମୀ ସାହୁ, ମିଶନ ଶକ୍ତିର ବିପିଏ ସଞ୍ଜୟ କୁମାର ପଣ୍ଡା ଓ ମମତା ପିଏ ଅନୁପ ପାଣିଗ୍ରାହୀ ଓ ସମସ୍ତ ସୁପର ଭାଇଜର କାର୍ଯକ୍ରମର ସଂଚାଳନ କରିଥିଲେ l