ଭୁବନେଶ୍ୱର: ୧୯ ମହିଳାଙ୍କୁ ବିବାହ କରିଥିବା ଠକ ନକଲି ଡାକ୍ତର ରମେଶ ସ୍ୱାଇଁର କଳା କାରନାମାର ତାଲିକା ଦିନକୁ ଦିନ ଲମ୍ବି ଲମ୍ବି ଚାଲିଛି । କେବଳ ଯେ ମହିଳା ମାନଙ୍କୁ ମିଛ କହି ବିବାହ କରିବା ତାହା ନୁହେଁ କେତେବେଳେ କାହାକୁ ଚାକିରୀ କରାଇଦେବା ନା କହି ତ ଆଉ କେତେବେଳ ଚିକିତ୍ସା କରାଇବା ନାରେ ଭିନ୍ନ ଭିନ୍ନ ଉପାୟରେ ଠକି ଚାଲିଥିଲା ରମେଶ ସ୍ୱାଇଁ ।
ବର୍ତ୍ତମାନ ତୃତୀୟ ଥର ପାଇଁ ରମେଶକୁ ରିମାଣ୍ଡରେ ନେଇ ପୋଲିସ୍ ପଚରା ଉଚରା ଜାରି ରଖିଛି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏବେ ରମେଶ ସ୍ୱାଇଁର ଭିନ୍ନ ଭିନ୍ନ ଭିଡିଓ ଭାଇରାଲ ହେବାରେ ଲାଗିଛି ।
କେଉଁ ଭିଡିଓରେ କାନ୍ଦି କାନ୍ଦି ମହିଳା ମାନଙ୍କୁ ଠକ ରମେଶ ସ୍ୱାଇଁ ଟଙ୍କା ମାଗୁଥିବାର ଦେଖାଯାଉଛି ତ ଆଉ କେଉଁଠି ଦେହ ଅସୁସ୍ଥ ଥିବା କହି ମିଛରେ ହସ୍ପିଟାଲରେ ଚିକିତ୍ସା କରାଉଥିବାର ଭିଡିଓ ତ ଆଉ କେତେବେଳ ରଥ ଟାଣୁ ଥିବାର ଭିଡିଓ ଭାଇରାଲ ହେଉଛି ।
ତେବେ ଏହି ଭିଡିଓ ଗୁଡିକୁ ନିଜ ବିଭିନ୍ନ ସ୍ତ୍ରୀ ମାନଙ୍କୁ ପଠାଇ ନକଲି ଡାକ୍ତର ମିଛ କହି ଟଙ୍କା ଲୁଟୁଥିବା ପୋଲିସ୍ ସୂଚନା ଦେଇଛି ।