ପୁରୀ: ପୁରୀରେ ବିମାନବନ୍ଦର ନେଇ ମଙ୍ଗଳବାର ପୁନର୍ବାର ଏୟାର ପୋର୍ଟ ଅଥରିଟି ଅଫ ଇଣ୍ତିଆର ବୈଷୟିକ ଟିମ ପକ୍ଷରୁ ସର୍ଭେ କରାଯାଇଛି । ଦିଲ୍ଲୀରୁ ୪ ଜଣ ଓ ଭୁବନେଶ୍ବରର ୩ ଜଣ ବିମାନବନ୍ଦର ବିଶେଷଜ୍ଞ ପୁରୀରେ ପହଞ୍ଚି କରିଛନ୍ତି ସର୍ଭେ। ପୁରୀ ସଦର ସିପସରୁବାଲି ଅଞ୍ଚଳ ଜାଗାରେ ପହଞ୍ଚି ଏହି ଟିମ୍ କରିଛନ୍ତି ସର୍ଭେ।
ଏହି ବୈଷୟିକ ଟିମ ସହ ଉପଜିଲ୍ଲାପାଳ ଭବତାରଣ ସାହୁ ଉପସ୍ଥିତ ଥିଲେ। ଆଜି ସନ୍ଧ୍ୟାରେ ଜିଲ୍ଲାପ୍ରଶାସନ ସହ ଏହି ବୈଷୟିକ ଟିମ ଆଲୋଚନା କରିପାରନ୍ତି ବୋଲି ସୂଚନା ମିଳିଛି।
ପୂର୍ବରୁ ମଧ୍ୟ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆର ଟିମ୍ ପୁରୀ ଗସ୍ତରେ ଆସି ସିପସରୁବାଲି ଅଞ୍ଚଳ ଅନୁଧ୍ୟାନ କରି ଜମିର ମ୍ୟାପ ଓ କାଗଜପତ୍ରର ଅନୁଧ୍ୟାନ କରିଥିଲେ।
ପୁରୀରେ ବିମାନବନ୍ଦର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ବେସମାରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ଏହି ବିମାନବନ୍ଦର ନାମ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ରଖିବା ପାଇଁ ଚିଠିରେ ପ୍ରସ୍ତାବ ରହିଛି।