ଭୁବନେଶ୍ୱର ମହାନଗର ନିଗମ: ଆଜି ୯୦ କର୍ପୋରେଟର,୧୨ ମେୟର ପ୍ରାର୍ଥୀ ଙ୍କ ମନୋନୟନ ପତ୍ର ଦାଖଲ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ-୨୦୨୨ ପାଇଁ ବିଭିନ୍ନ ୱାର୍ଡର କର୍ପୋରେଟର ପଦବୀ ନିମନ୍ତେ ଆଜି ଆଉ ୯୦ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ଗତକାଲି ସୁଦ୍ଧା ୪୦ ଜଣ ପ୍ରାର୍ଥୀ ବିଭିନ୍ନ ୱାର୍ଡ ପାଇଁ ପ୍ରାର୍ôଥପତ୍ର ଦାଖଲ କରିଥିବା ବେଳେ ଆଜି ସୁଦ୍ଧା ମୋଟ୍ ୧୩୦ ଜଣ ପ୍ରାର୍ଥୀ କର୍ପୋରେଟର ପାଇଁ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଆଜି ମେୟର ପଦବୀ ପାଇଁ ୧୨ ଜଣ ପ୍ରାର୍ôଥପତ୍ର ଦାଖଲ କରିଥିବାବେଳେ ଗତକାଲି ଜଣେ ମନୋନୟନ ପତ୍ର ଦାଖଲ କରିଥିଲେ । ଏଣୁ ମେୟର ପଦବୀ ପାଇଁ ପ୍ରାର୍ôଥପତ୍ର ଦାଖଲ ସଂଖ୍ୟା ଆଜିସୁଦ୍ଧା ୧୩ ରେ ପହଞ୍ଚିଛି । ଗତକାଲି ସୁଦ୍ଧା ବିଭିନ୍ନ ୱାର୍ଡର କର୍ପୋରେଟର ପଦବୀ ପାଇଁ ୭୧୩ ଟି ଫର୍ମ ବିକ୍ରି ହୋଇଥିବା ବେଳେ ଆଜି ଆଉ ୭୯ଟି ଫର୍ମ ପ୍ରାର୍ଥୀମାନେ ନେଇଛନ୍ତି । ଆଜି ସୁଦ୍ଧା ସର୍ବୋମୋଟ ୭୯୨ଟି ଫର୍ମ କର୍ପୋରେଟର ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନେ ନେଇଛନ୍ତି । ମେୟର ତଥା କର୍ପୋରେଟର ପଦ ପାଇଁ ଆସନ୍ତାକାଲି ନାମାଙ୍କନର ଶେଷ ଦିନ ଥିବା ବେଳେ ଆଜି ମନୋନୟନ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା । ତେବେ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ ପ୍ରତ୍ୟକ କାର୍ଯ୍ୟକୁ ତଦାରଖ କରି ମନୋନୟନ କାର୍ଯ୍ୟକୁ ସୂଚାରୁରୂପେ ପରିଚାଳନା କରିଥିଲେ । ତତ୍‌ସହିତ କମିଶନରେଟ୍ ପୁଲିସ୍ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଫଳରେ ଟ୍ରାଫିକ୍ ବ୍ୟବସ୍ଥା ଓ ଜନଗହଳିକୁ ସୁନିୟନ୍ତ୍ରିତ କରାଯାଇପାରିଥିଲା ।

nis-ad
Leave A Reply

Your email address will not be published.