ଚିକିଟି ପୌରପରିଷଦ ପାଇଁ ପାଇଁ ସମସ୍ତ ୱାର୍ଡ ପାଇଁ ପାର୍ଥୀ ଦେଲା ବିଜେଡି…

ଚିକିଟି-ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟର ସମସ୍ତ ପୌରପରିଷଦ ଓ ମହାନଗର ନିଗମ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ସହ ପାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି।ଚଳିତ ମାସ ଶେଷ ସୁଦ୍ଧା ସମ୍ପନ୍ନ ହେବାକୁ ଥିବା ବେଳେ ୨ ତାରିଖ ଠାରୁ ୭ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ୧୪ତାରିଖ ମଧ୍ୟରେ ନାମାଙ୍କନ ପତ୍ର ପତ୍ୟାହର ୨୪ ତାରିଖରେ ମତଦାନ ଏବଂ୨୬ତାରିଖରେ ଭୋଟ ଗଣତି ଶେଷ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।ଏହି କ୍ରମରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରୀ ରହି ତୃତୀୟ ଦିନରେ ବିଜେଡ଼ି ପକ୍ଷରୁ ପୁର୍ବତନ ଉପନଗରପାଳ ତଥା ଚିକିଟି ରାଜ ପରିବାର ରୁ ଶ୍ରୀ ଦୁର୍ଗା ପ୍ରସାଦ ଦେଓ ୩ନମ୍ବର ୱାର୍ଡ କାଉନସିଲର ପାଇଁ ପ୍ରଥମ ନାମାଙ୍କନ ପତ୍ର ଦାଖଲ କରିଥିଲେ।ଏହି ପୌରପରିଷଦ ରେ ୧୨ ୱାର୍ଡ ରହିଥିବା ବେଳେ ବାକି ସମସ୍ତ ୧୧ଗୋଟି ୱାର୍ଡ ରେ ବିଜେଡ଼ି ର ଆଜି ୫ମ ଦିନ ତଥା ରବିବାରେ ପାର୍ଥିପତ୍ର ଦାଖଲ କାର୍ଯ୍ୟ ଶେଷ ହୋଇଛି। ୧ନମ୍ବର ୱାର୍ଡ ପାଇଁ ଦେବେନ୍ଦ୍ର ବେହେରା,୨ନମ୍ବର ୱାର୍ଡ ପାଇଁ ବିଶ୍ୱଜିତ ମହାପାତ୍ର,୪ନମ୍ବର ୱାର୍ଡ ପାଇଁ ସୁକାନ୍ତି ବେହେରା,୫ନମ୍ବର ୱାର୍ଡ ପାଇଁ ତପନ କୁମାର ବେହେରା,୬ନମ୍ବର ୱାର୍ଡ ପାଇଁ ଅନିତା ସାହୁ,୭ନମ୍ବର ପାଇଁ ପୂର୍ବତନ ନଗରପାଳ ମଲ୍ଲୀ ବେହେରା,୮ନମ୍ବର ୱାର୍ଡ ପାଇଁ ମିତାଞ୍ଜଳୀ ସାହୁ,୯ନମ୍ବର ୱାର୍ଡ ପାଇଁ ସବିତା ପାତ୍ର,୧୦ନମ୍ବର ୱାର୍ଡ ପାଇଁ ତ୍ରିନାଥ ବେହେରା,୧୧ନମ୍ବର ୱାର୍ଡ ପାଇଁ ଶିବାନୀ ବେହେରା,୧୨ନମ୍ବର ୱାର୍ଡ ପାଇଁ ଜୁର ବେହେରା ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି l ଆସନ୍ତା କାଲି ହେଉଛି ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ ତାରିଖ ଥିବା ବେଳେ ବିଜେଡ଼ି ବ୍ୟତୀତ କୌଣସି ଦଳ ପାର୍ଥୀ ପତ୍ର ଦାଖଲ କରିନଥିବା ପରିଷଦ ପକ୍ଷରୁ ସୂଚନା ମିଳିଛି।

nis-ad
Leave A Reply

Your email address will not be published.