ନିସର୍ତ୍ତ ଲୋକାର୍ପିତ : ସମ୍ବାଦପତ୍ର ହିଁ ଗଣତନ୍ତ୍ରର ରକ୍ଷାକବଚ ସାଜିପାରିବ

ନିସର୍ତ୍ତ ଲୋକାର୍ପିତ
ସମ୍ବାଦପତ୍ର ହିଁ ଗଣତନ୍ତ୍ରର ରକ୍ଷାକବଚ ସାଜିପାରିବ

ଭୁବେନେଶ୍ୱର : ଦେଶର ଗଣତନ୍ତ୍ର ବର୍ତ୍ତମାନ ସଙ୍କଟରେ । ଏହା ଧୀରେ ଧୀରେ ନେତୃତ୍ୱପ୍ରତି ଅନ୍ଧ ଆନୁଗତ୍ୟ ପ୍ରଭାବରେ ଜଣତନ୍ତ୍ର ଆଡ଼କୁ ମୁହାଇଁ ଥିବା ବେଳେ ଏକ ନିରପେକ୍ଷ ସମ୍ବାଦପତ୍ର ହିଁ ଗଣତନ୍ତ୍ରର ରକ୍ଷାକବଚ ସାଜିପାରିବ ବୋଲି ବ୍ରହ୍ମପୁରରୁ ପ୍ରକାଶ ପାଉଥିବା ସମ୍ବାଦପତ୍ର ନିସର୍ତ୍ତର ଲୋକାର୍ପଣ ଉତ୍ସବରେ ବକ୍ତାମାନେ ମତପ୍ରକାଶ କରିଛନ୍ତି ।


ଏହି ଲୋକାର୍ପଣ ଉତ୍ସବ ଭୁବେନେଶ୍ୱରସ୍ଥିତ ଉତ୍କଳ ସାମ୍ବାଦିକ ସଂଘ ଭବନଠାରେ ନିମନ୍ତ୍ରିତ ଅତିଥି ଓ ବହୁ ସଂଖ୍ୟକ ବୁଦ୍ଧିଜୀବୀଙ୍କ ସମାବେଶରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟବକ୍ତାଭାବେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ରେ ପୃଷ୍ଟି ଯୋଗଦେଇ ବର୍ତ୍ତମାନ ସମୟରେ ସାମ୍ବାଦିକତା କିଭଳିଭାବେ ସରକାର ଓ ପ୍ରଶାସନକୁ ସଠିକ ବାଟ ଦେଖାଇ ପାରିବ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ । ବର୍ତ୍ତମାନର ସରକାରମାନେ ପରୋକ୍ଷଭାବେ କର୍‌ପୋରେଟ୍‌ଙ୍କ ଦ୍ୱାରା ପରିଚାଳିତ ହୋଇ ଥିବାରୁ ଜନସାଧାରଣ ଗଣତନ୍ତ୍ରର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଏଭଳି ସମୟରେ ସମ୍ବାଦପତ୍ର ‘ନିସର୍ତ୍ତ’ ଏକ ସର୍ତ୍ତବିହୀନ, ସାଲିସ୍‌ହୀନ ଗଣମାଧ୍ୟମର ଭୂମିକା ନିର୍ବାହ କରିବ ବୋଲି ସେ ଆଶାପ୍ରକାଶ କରିଥିଲେ ।


ସମ୍ମାନିତ ବକ୍ତା ଭାବେ ଯୋଗଦେଇ ସାହିତ୍ୟିକ, ସ୍ତମ୍ଭକାର ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ବର୍ତ୍ତମାନର ବିଶ୍ୱ କିଭଳି ସଙ୍କଟ ଦେଇ ଗତି କରୁଛି ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଅନ୍ୟ ସମ୍ମାନିତ ଅତିଥିବୃନ୍ଦ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର, ଓଡ଼ିଶା ଖଦିବୋର୍ଡ଼ ଉଦ୍ୟୋଗ ସଦସ୍ୟ ପୃଥ୍ୱୀରାଜ ସାହୁ ଏବଂ ହିନ୍ଦ୍‌ ମଜଦୂର ସଂଘର ସଂପାଦକ ସଞ୍ଜିବ ମହାନ୍ତି ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ନିସର୍ତ୍ତର ପରିଚାଳନା ନିର୍ଦ୍ଦେଶିକା ସୁଶ୍ରୀ ସୁଷମା ବାରିକ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ନିସର୍ତ୍ତ ପ୍ରକାଶନର ଉଦ୍ଦେଶ୍ୟ ସମ୍ବନ୍ଧରେ କହିଥିଲେ | ଏହା ବ୍ୟତୀତ ନିସର୍ତ୍ତ ପ୍ରକାଶନରେ ସହାୟତା କରୁଥିବା ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କୁ ଧନ୍ୟବାଦ ଦେବା ସହିତ ଆଗାମୀ ଦିନରେ ସେମାନଙ୍କ ସହାୟତା ଅବ୍ୟାହତ ରହିବ ବୋଲି କହି ସେମାନଙ୍କୁ ଉତ୍ସାହିତ କରିଥିଲେ | ଶେଷରେ ନିସର୍ତ୍ତର ମୁଖ୍ୟ ସଂପାଦକ ହେମାଙ୍ଗ ପ୍ରସାଦ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ |

nis-ad
Leave A Reply

Your email address will not be published.