ଫୁଲବାଣୀ ପୌରପରିଷଦ ପାଇଁ କଂଗ୍ରେସ ପୌରାଧ୍ୟକ୍ଷ ପ୍ରାର୍ଥୀ ସବିତା ମହାନ୍ତି

ଫୁଲବାଣୀ : ଫୁଲବାଣୀ ପୌର ପରିଷଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପାଇଁ କଂଗ୍ରେସ ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି।ନେତାଜୀ କ୍ଳବ ଫୁଲବାଣୀଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଫୁଲବାଣୀ ପୌର ପରିଷଦ ନିର୍ବାଚନ ଲାଗି କାଉନ୍‌ସିଲର ଏବଂ ପୌରାଧ୍ୟକ୍ଷା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଜିଲା ସଭାପତି ଅନାମ ନାୟକ ଙ୍କ ଅଧ୍ୟକ୍ଷତାରେ ବରିଷ୍ଠ କଂଗ୍ରେସ ନେତା ଵିଜୟ କୁମାର ମହାନ୍ତି, ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ,ପୁର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ଆଇନଜୀବୀ ଚନ୍ଦ୍ର ଶେଖର ପରିଡ଼ା,ନନ୍ଦ କିଶୋର ଦାଶ୍, ଆଇନଜୀବୀ ରଜତ ମହାନ୍ତି, ଶ୍ରମିକ ନେତା ଘନ ଶବର, ଦୁର୍ୟ୍ଯ ପଟ୍ଟନାୟକ, ମିକା ତ୍ରିପାଠୀ, ସଂସାର ଭୋଇ ପ୍ରମୁଖଙ୍କ ଉପସ୍ଥିତିରେ ଘୋଷଣା କରିଥିବା ତାଳିକା ଅନୁସାରେ ପୌରାଧ୍ୟକ୍ଷା ପ୍ରାର୍ଥୀ ପାଇଁ ସବିତା ମହାନ୍ତି ହୋଇଛନ୍ତି। ସେହିପରି , ୨ନଂ ୱାର୍ଡରେ ପୁଷ୍ପାଞ୍ଜଳି ଦିଗାଲ, ୩ ରେ କବିତା ପ୍ରଧାନ, ୪ ରେ ଦେବନାଥ କଁହର , ୫ ରେ ଗଣେଷ ଚନ୍ଦ୍ର ପାଲଟା, ୬ ରେ ଇନ୍ଦୁମତି ସାହୁ, ୭ ରେ ସୁର୍ଯ୍ୟକାନ୍ତି ବେହେରା , ୮ରେ ବିଷ୍ଣୁ ଦିଗାଲ, ୯ ରେ ଖୁଲନା ମୁଖି, ୧୦ ରେ ଦିବ୍ୟ କିଶୋର ଦାଶ୍ , ୧୧ ରେ ମାମି ନାୟକ, ୧୨  ରେ ପ୍ରଭାତୀ ପ୍ରଧାନ, ଓ ୧୩ ରେ ସୈନି ମାଝୀ କାଉନ୍‌ସିଲ୍ ପ୍ରାର୍ଥୀ ହୋଇଛନ୍ତି। ପୌର ପରିଷଦ ନିର୍ବାଚନରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ୭ ରେ ଶେଷ ହେବ। ଆଉ ମାତ୍ର ଗୋଟିଏ ଦିନ ବାକିଥିବା ବେଳେ ପ୍ରମୁଖ ଦଳ ମଧ୍ୟରୁ ବିଜେଡି ଓ କଂଗ୍ରେସର ତାଲିକା ଘୋଷଣା ହୋଇଯାଇଥିବା ବେଳେ ଏବଂ ଭାଜପା ପକ୍ଷରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ବହୁ କଳ୍ପନା ଜଳ୍ପନା ଲାଗି ରହିଛି। ରବିବାର ଯାଏଁ ବିଜେପି କାହାକୁ ପାର୍ଥି କରିବେ ଚିନ୍ତାରେ ପଡିଛନ୍ତି।

nis-ad
Leave A Reply

Your email address will not be published.