ଶିକ୍ଷକଙ୍କୁ ଗିରଫ କରିବା ଲାଗି ଥାନାରେ ଅଭିଯୋଗ କଲା ଦ୍ବିତୀୟ ଶ୍ରେଣୀର ଛାତ୍ର

ହାଇଦ୍ରାବାଦ: ଆମ ଶିକ୍ଷକ ମୋତେ ନିର୍ଯାତନା ଦେଇଛନ୍ତି। ସେ ମୋତେ ଜୋରରେ ପିଟିଛନ୍ତି। ମାଡ଼ ଖାଇ ମୁଁ ବହୁ କଷ୍ଟ ପାଇଛି। ତେଣୁ ମୋ ଶିକ୍ଷକଙ୍କୁ ଗିରଫ କରାଯାଉ। ତେଲେଙ୍ଗାନାର ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ର ନିଜ ଶିକ୍ଷକଙ୍କ ବିରୋଧରେ ଏମିତି ସଙ୍ଗିନ୍‌ ଅଭିଯୋଗ ଆଣିଛନ୍ତି। ତେଲେଙ୍ଗାନାର ମହାବୁବାବାଦ୍‌ ଥାନାରେ ଅନିଲ ନାଏକ ନାମକ ଜଣେ ଛାତ୍ର ପହଞ୍ଚି ଏଭଳି ଅଭିଯୋଗ କରିଛନ୍ତି। ପିଲାଟି ଥାନାରେ ପହଞ୍ଚିବା ପରେ ସେଠିକାର ଲେଡି ପୁଲିସ ଇନ୍ସପେକ୍ଟର ରମାଦେବୀ ତାଙ୍କୁ ଡାକି କାହିଁକି ଥାନାକୁ ଆସିଛି ବୋଲି ପଚାରିଥିଲେ।
ଉତ୍ତରରେ ପିଲାଟି ତାର ଶିକଙ୍କ ବିରୋଧରେ ମାଡ଼ ଅଭିଯୋଗ ଆଣିଥିଲେ । ତେବେ ମାଡ଼ର କାରଣ ପଚାରିବାରୁ ପିଲାଟି କହିଥିଲା ଯେ, ମୁଁ ଠିକ୍‌ରେ ପାଠପଢ଼ା କରି ନଥିଲି। ଶିକ୍ଷକ ଆଉ କାହାକୁ ପିଟିଥିଲେ କି ପଚାରିବାରୁ ପିଲାଟି ମନା କରିଥିଲା ।
କେବଳ ତାଙ୍କୁ ହିଁ ଶିକ୍ଷକ ପିଟିଥିଲେ ବୋଲି କହିଥିଲା। ତେଲେଙ୍ଗାନାର ଏକ ଘରୋଇ ସ୍କୁଲରେ ପିଲାଟି ପାଠ ପଢ଼େ। ତେବେ ପିଲାଟିର ସବୁ କଥା ଶୁଣି ପୁଲିସ ଇନ୍ସପେକ୍ଟର ତାକୁ ସାଙ୍ଗରେ ସ୍କୁଲ ଆଣିଥିଲେ। ସେଠାରେ ଘଟଣାର ସମାଧାନ କରିବାକୁ ଉଦ୍ୟମ କରିଥିଲେ। ହେଲେ ପିଲାଟି କୌଣସି କଥା ଶୁଣିବାକୁ ରାଜି ନଥିଲା।

nis-ad
Leave A Reply

Your email address will not be published.