ମୁମ୍ବାଇ ୨୩।୦୧; ୪ ବଲିଉଡ ଷ୍ଟାରଙ୍କୁ ହତ୍ୟା ଧମକ ମିଳିଛି । ପାକିସ୍ତାନରୁ ଇ-ମେଲ ଜରିଆରେ ହତ୍ୟା ଧମକ ଦିଆଯାଇଥିବା ସୂଚନା ରହିଛି । କପିଲଙ୍କ ସମେତ କମେଡିଆନ ରାଜପାଲ ଯାଦବ, ସୁଗନ୍ଧା ମିଶ୍ରା ଓ ଡାନ୍ସ କୋରିଓଗ୍ରାଫର ରେମୋ ଡିସୁଜାଙ୍କୁ ମଧ୍ୟ ହତ୍ୟା ଧମକ ଆସିଥିବା ଖବର ମିଳିଛି । ଯେଉଁଥିରେ ତାଙ୍କୁ ଓ ତାଙ୍କ ପରିବାର, ସମ୍ପର୍କୀୟଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ରହିଛି । ଏହାରି ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
କୁହାଯାଉଛି ଇମେଲ୍ ପଠାଇଥିବା ବ୍ୟକ୍ତି ଶେଷରେ ‘ବିଷ୍ଣୁ’ ଲେଖିଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ ବ୍ୟକ୍ତି ପାକିସ୍ତାନରୁ ଇମେଲ କରିଥିଲେ। ଏହି ମାମଲାରେ ଅଧିକ ତଦନ୍ତ ଚାଲିଛି। ପାକିସ୍ତାନରୁ ମିଳିଥିବା ଏହି ଇମେଲ୍ରେ ରାଜପାଲ ଯାଦବ, ରେମୋ ଡିସୁଜା ଏବଂ ସୁଗନ୍ଧା ମିଶ୍ରଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିବାର ଦାବି କରାଯାଇଛି। ମେଲରେ ଲେଖାଯାଇଛି- ‘ଆମେ ତୁମର ସାମ୍ପ୍ରତିକ କାର୍ଯ୍ୟକଳାପ ଉପରେ ନଜର ରଖୁଛୁ। ଏହା କୌଣସି ପବ୍ଲିକ୍ ଷ୍ଟଣ୍ଟ ନୁହେଁ କିମ୍ବା ଆପଣଙ୍କୁ ହଇରାଣ କରିବାର ପ୍ରୟାସ ନୁହେଁ। ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଯେ ଆପଣ ଏହି ବାର୍ତ୍ତାକୁ ବହୁତ ଗମ୍ଭୀରତାର ସହ ନିଅନ୍ତୁ ଏବଂ ଗୋପନୀୟତା ବଜାୟ ରଖନ୍ତୁ।’
ମେଲରେ ଆହୁରି ଲେଖାଯାଇଛି ଯେ ଯଦି ମେଲରଙ୍କ ଦାବିକୁ ଗ୍ରହଣ କରାନଯାଏ। ତେବେ ରାଜପାଲ ଯାଦବ, ସୁଗନ୍ଧା ମିଶ୍ରା ଏବଂ ରେମୋ ଡିସୁଜାଙ୍କୁ ବିପଦପୂର୍ଣ୍ଣ ପରିଣାମ ଭୋଗିବାକୁ ପଡିବ। ଯଦି ଯାହା ଆପଣଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିପାରେ।’ ଆମେ ଆଗାମୀ ୮ ଘଣ୍ଟା ମଧ୍ୟରେ ଆପଣଙ୍କ ଠାରୁ ଏକ ପ୍ରତିକ୍ରିୟା ଆଶା କରୁଛୁ। ଯଦି ଆମେ ଉତ୍ତର ନପାଇଲୁ, ତେବେ ଆମେ ଧରିନେବୁ ଯେ ଆପଣ ଏହି ବିଷୟକୁ ଗମ୍ଭୀରତାର ସହ ନେଉନାହାଁନ୍ତି ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ..ବିଷ୍ଣୁ ।
Sign in
Sign in
Recover your password.
A password will be e-mailed to you.