୨ ଗୁଣା ସ୍ପିଡ୍‌ରେ ବଢିବ ଡିଜିଟାଲ ଅର୍ଥନୀତି, ୨୦୩୦ ସୁଦ୍ଧା GDPରେ ଯୋଗଦାନ ଏକ-ପଞ୍ଚମାଂଶ: ଆଇଟି ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତର ଡିଜିଟାଲ୍ ଅର୍ଥନୀତି ବର୍ତ୍ତମାନ ପ୍ରାୟ ୧୧.୮ ପ୍ରତିଶତ ହାରରେ ବଢୁଛି ବୋଲି ଆଇଟି ମନ୍ତ୍ରଣାଳୟ ସୂଚନା ଦେଇଛି । କେବଳ ଏତିକି ନୁହେଁ, ଆଗାମୀ ୬ ବର୍ଷରେ ଏହା ଦ୍ୱିଗୁଣା ସ୍ପିଡ୍‌ରେ ବଢିବ । ଡିଜିଡାଲ୍ ଅର୍ଥନୀତି ଉପରେ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି ଯେ ଦେଶର ଡିଜିଟାଲ୍ ଅର୍ଥନୀତି ଡବଲ୍ ଡିଜିଟ୍‌ରେ ବଢୁଛି । ଦେଶର ଜିଡିପିରେ ଡିଜିଟାଲ୍ ଅର୍ଥନୀତିର ଯୋଗଦାନ ୩୧.୬୪ ଲକ୍ଷ କୋଟି ଟଙ୍କା ରହିଛି । ୨୦୩୦ ସୁଦ୍ଧା ଦେଶର ଜିଡିପିରେ ଡିଜିଟାଲ୍ ଅର୍ଥନୀତିର ଯୋଗଦାନ ୧/୫ ରହିବ ।

୨୦୨୯-୩୦ ସୁଦ୍ଧା ଡିଜିଟାଲ୍ ଇକୋନମି ମ୍ୟାନୁଫେକ୍ଚରିଂ ଏବଂ କୃଷି କ୍ଷେତ୍ର ଯୋଗୁ ବଡ଼ ହେବ । କ୍ଲାଉଡ୍ ସର୍ଭିସେସରେ ଆଗାମୀ ୩ ବର୍ଷରେ ୨୪ ପ୍ରତିଶତ ବୃଦ୍ଧିର ସମ୍ଭବନା ରହିଛି । ଆଇଟି ମନ୍ତ୍ରଣାଳୟ ଦ୍ୱାରା ଜାରି ଏହି ରିପୋର୍ଟରେ ପ୍ରଥର ଥର ପାଇଁ ଡିଜିଟାଲ୍ ଅର୍ଥନୀତିରେ ହେଉଥିବା ଭାଲ୍ୟୁ ଆଡିସନ୍ ଏବଂ ରୋଜଗାର ସୃଷ୍ଟି କ୍ଷମତାର ଆକଳନ କରାଯାଇଛି । ଏହି ରିପୋର୍ଟ ଅନୁସାରେ, ଭାରତର ଜାତୀୟ ଆୟରେ ଡିଜିଟାଲ୍ ଅର୍ଥନୀତିର ଯୋଗଦାନ ୨୦୨୨-୨୩ରେ ୧୧.୭୪ ପ୍ରତିଶତ ଥିଲା ।

ରିପୋର୍ଟରେ କୁହାଯାଇଛି ଯେ ଆର୍ଥିକ ବର୍ଷ ୨୦୨୨-୨୩ରେ ୩୧ ଲକ୍ଷ ୬୪ ହଜାର କୋଟି ଟଙ୍କାର ଡିଜିଟାଲ୍ ଅର୍ଥନୀତି ହୋଇଥିଲା । ମୋଟ ରୋଜଗାରର ୨.୫୫ ପ୍ରତିଶତ କେବଳ ଏହି ସେକ୍ଟରରୁ ମିଳିଥିଲା । ଆଗାମୀ ଦିନରେ ଏହା ଆହୁରି ବଡ଼ ହେବାର ସମ୍ଭାବନା ରହିଛି । ଏବେ ସୁଦ୍ଧା ଡିଜିଟାଲ୍ ଅର୍ଥନୀତିରେ ୧ କୋଟି ୪୬ ଲକ୍ଷ ଲୋକ ରୋଜଗାର ମିଳିଛି । ତେବେ କୃଷି ସେକ୍ଟର ୪୫.୮ ପ୍ରତିଶତ ଏବଂ ମ୍ୟାନୁଫେକ୍ଚରିଂ ୧୧.୪ ପ୍ରତିଶତ ରୋଜଗାର ସୃଷ୍ଟି କରୁଛି ।  

nis-ad
Leave A Reply

Your email address will not be published.