ସୁବାଷ ପୋଲାଇଙ୍କୁ ବିଜେଡ଼ି ଦଳ ପକ୍ଷରୁ ଅଧ୍ୟକ୍ଷ ଟିକଟ

ହିଞ୍ଜିଳିକାଟୁ (୫/୩) : ବିଜୁ ଜନତା ଦଳ ପକ୍ଷରୁ ହିଞ୍ଜିଳିକାଟୁ ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ରୂପେ ଚୟନ କରାଯାଇଛି । ଶନିବାର ବିଜୁ ଜନତା ଦଳର ନିର୍ବାଚନୀ କାର୍ଯ୍ୟାଳୟ ବୃନ୍ଦାବନ ବିଦ୍ୟାପିଠ ନିକଟରେ ଉଦଘାଟନ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର କାର୍ଯ୍ୟାଳୟ କୁ ଉଦଘାଟନ କରିଥିଲେ । ନଗର ବିଜେଡ଼ି ସଭାପତି ଭିମସେନ ବେହେରା, ଯୁବ ବିଜେଡ଼ି ସଭାପତି ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ପୂର୍ବତନ ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇଙ୍କୁ ହିଞ୍ଜିଳିକାଟୁ ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ବିଜେଡ଼ି ହାଇକମାଣ୍ଡ ଚୟନ କରିଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ମହାପାତ୍ର ଘୋଷଣା କରିଥିଲେ । ଏକ ବନ୍ଦ ଲଫାପାରୁ ଅଧ୍ୟକ୍ଷ ଓ ୨୧ଟି ଓ୍ବାର୍ଡର ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯାଇଥିଲା । ୧ନମ୍ବର ଓ୍ବାର୍ଡ ନିମନ୍ତେ ସରୋଜ କୁମାର ପଣ୍ଡା, ୨ନମ୍ବର ପାଇଁ ବିପ୍ର ନାୟକ, ୩ ପାଇଁ ନଳିନି ପଣ୍ଡା, ୪ ପାଇଁ ଅନିତା ଚୈଧୁରୀ, ୫ ନମ୍ବର ସକାଶେ ବିଭୁପ୍ରସାଦ ପଣ୍ଡା, ୬ – ସୁଚିତ୍ରା ପଣ୍ଡା, ୭- ଶଶି ଶଵର, ୯- ରିନା ଗଉଡ, ୧୦- ସୁପ୍ରଭା ମହାରଣା, ୧୧- ରଜନି ମହାରଣା, ୧୨- ରୁକ୍ମିଣୀ ବିଷୋୟୀ, ୧୩- ସୁବାଷ ସାହୁ, ୧୪- ତପସ୍ୱିନୀ ବେହେରା, ୧୫- ସଂସ୍କାର ପଟ୍ଟନାୟକ, ୧୬- ମଧୁସ୍ମିତା ବେହେରା, ୧୭- ଶ୍ୟାମଘନ ବେହେରା, ୧୮- ସନ୍ତୋଷିନି ବେହେରା, ୧୯- ବସନ୍ତ ବେହେରା, ୨୦- ବବିତା ନାହାକ ଓ ୨୧ ନମ୍ବର ଓ୍ବାର୍ଡ ସକାଶେ ସୁଜତା ସ୍ବାଇଁ ଙ୍କୁ ମନୋନୀତ କରାଯାଇଥିବା ଘୋଷଣା କରାଯାଇଥିଲା । ୮ ନମ୍ବର ଓ୍ବାର୍ଡ ସକାଶେ ଦଳୀୟ ପ୍ରାର୍ଥୀଙ୍କ ନାମ ତୃଟି ରହିଥିବା ଯୋଗୁଁ ସଂଶୋଧନ କରିବାକୁ ପଠାଯାଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମକର୍ତ୍ତା ଓ ଆଶାୟୀ ପ୍ରାର୍ଥୀ ମାନେ ଉପସ୍ଥିତ ଥିଲେ । ସମସ୍ତଙ୍କ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ମହାପାତ୍ର, ନଗର ସଭାପତି ବେହେରା ଓ ଅଧ୍ୟକ୍ଷ ପ୍ରାର୍ଥୀ ପୋଲାଇ ନିବେଦନ କରିଛନ୍ତି ।

nis-ad
Leave A Reply

Your email address will not be published.