ବ୍ରହ୍ମପୁର ମେୟର ପ୍ରାର୍ଥୀ ପାଇଁ ବାଜି ମାରି ନେଲେ ସଂଘମିତ୍ରା ଦଳେଇ !

ବ୍ରହ୍ମପୁର : ବହୁ କଳ୍ପନାଜଳ୍ପନା ର ଶେଷରେ ଅନ୍ତ ଘଟି ଆଜି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତିନି ମହାନଗର ନିଗମର ମେୟର ନିର୍ବାଚନ ପାଇଁ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିଛନ୍ତି। ବ୍ରହ୍ମପୁର ମହାନଗର ନିଗମର ମେୟର ପ୍ରାର୍ଥୀନୀ ହେଲେ ଅନୁଭବୀ ନାରୀ ନେତ୍ରୀ ଶ୍ରୀମତୀ ସଂଘମିତ୍ରା ଦଳେଇ । ରାଜନୀତି ରେ ଅଭିଜ୍ଞତା ଏବଂ ପାରଦର୍ଶିତା ଆଧାର ରେ ସେ ଯେ ଏହି ସୌଭାଗ୍ୟ ଅର୍ଜନ କରିଛନ୍ତି ଏଥିରେ ଦ୍ଵିମତ ନାହିଁ।

ତିନି ଥର କର୍ପୋରେଟର ଏବଂ ଦଳ ର ସାଙ୍ଗଠନିକ ଦକ୍ଷତା ରେ ମହିଳା ବିଜେଡ଼ି ସଭା ନେତ୍ରୀ ଭାବେ ସେ ଯେଉଁ ଲୋକ ପ୍ରିୟତା ଅର୍ଜନ କରିଛନ୍ତି ବର୍ତ୍ତମାନ ମେୟର ପ୍ରାର୍ଥୀନୀ ହୋଇ ଏହାର ପ୍ରମାଣ ଦେଇଛନ୍ତି। ତାଙ୍କ ରାଜନୈତିକ ଯାତ୍ରା ରେ ତାଙ୍କ ସ୍ବାମୀ ଙ୍କ ସହଯୋଗ ରହିଥିଲେ ହେଁ ଜଣେ ଉଚ୍ଚ ଶିକ୍ଷିତମହିଳା ଭାବ ରେ ସମୟ ଉପଯୋଗୀ ନେତ୍ରୀ ଭାବେ ବ୍ରହ୍ମପୁର ସହରରେ ପରିଚିତ। ଓଡ଼ିଆ ଭାଷା ସଂସ୍କୃତି ଓ ସାହିତ୍ୟ ପ୍ରତି ରୁଚି ରଖୁଥିବା ଶ୍ରୀମତୀ ଦଳେଇ ଙ୍କ ବିକଳ୍ପ କେହି ବି ନୁହନ୍ତି। ଅନେକ ସମୟରେ ଅନେକ ବୁଦ୍ଧିଜୀବି ବିଚାର ମଞ୍ଚ ରେ ହେଉ କି ସାଂସ୍କୃତିକ ଓ ସାମାଜିକ ଚିନ୍ତନ ମଞ୍ଚ ରେ ତାଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ଵ ପ୍ରମାଣ ମିଳେ। ବ୍ରହ୍ମପୁର ସହରରେ କେବଳ ରାଜନୀତି ସହିତ ସଂଶ୍ଳିଷ୍ଟ ରହିଥିଲେ ତାହା ନୁହଁ ବରଂ ଏକ ରୁ ଅନେକ ସଂଗଠନ ସାମାଜିକ ତଥା ସାଂସ୍କୃତିକ ସଂଗଠନ ରେ ସେ ବେଶ ସକ୍ରିୟ ଓ ଜଣାଶୁଣା। ଓଡ଼ିଶା ବିଜୁ ଜନତା ଦଳର ରାଜ୍ୟ ସମ୍ପାଦିକା ଭାବେ ମଧ୍ୟ କାର୍ଯ୍ୟ କରୁଥିବା ଏହି ନାରୀ ନେତ୍ରୀ ଭୋଟରଙ୍କ ପାଇଁ ଅଧିକ ପସନ୍ଦ ହେବେ ବୋଲି ଆଜି ତାଙ୍କ ନାମ ଘୋଷଣା ପରେ ଜଣା ପଡୁଛି। ବ୍ରହ୍ମପୁର ରେ ବିଜେପି ଓ କଂଗ୍ରେସ ନେତାମାନେ ରଣ କୌଶଳ ତଥା ଏକ ପ୍ରକାର ସନ୍ଦିହାନ ହେଉଥିବା ସମୟ ରେ ଆକସ୍ମିକ ଭାବେ ଜଣେ ସଂଘମିତ୍ରା ଦଳେଇ ଙ୍କ ସମୃଦ୍ଧ ରାଜନୈତିକ ଜୀବନ କୁ ମୂଲ୍ୟାୟନ କରି ତୃତୀୟ ମହଲା ନିର୍ଣ୍ଣୟ ନେଇଛି ବିରୋଧୀ ଙ୍କ ପାଇଁ ଏକ ପ୍ରକାର କଠିନ ପରିଶ୍ରମ କରି ବାକୁ ପଡ଼ିବ ବୋଲି ଅନେକ ରାଜନୈତିକ ସମୀକ୍ଷକ କହୁଛନ୍ତି। ବିଜେପି ଦଳ ପକ୍ଷରୁ ଯିଏ ବି ଏହି ମେୟର ପଦ ପାଇଁ ପ୍ରାର୍ଥୀ ହେ ବ ତାଙ୍କ ପାଇଁ ବିଜେଡ଼ି ର ନିର୍ଣ୍ଣୟ ଏକ ପ୍ରକାର ଆହ୍ବାନ ଯେ ହେବ ବୋଲି ଦଳ ଦାବି କରି କହିଛି।

nis-ad
Leave A Reply

Your email address will not be published.