ପର୍ତ୍ତମାହା ଗୁମ୍ଫାରେ ମା” ମେରୀଙ୍କ ପର୍ବ ପାଳନ

ଦାରିଙ୍ଗବାଡି (୫/୩) : ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ଗ୍ରାମସ୍ଥ ମା’ମେରୀଙ୍କ ଦର୍ଶନ ଗୁମ୍ଫାରେ ମା’ମେରୀଙ୍କ ପର୍ବ ପାଳନ ହୋଇଯାଇଛି । କଟକ ଭୁବନେଶ୍ୱର ମହା ଧର୍ମ ପ୍ରଦେଶର ଭିକାରୀ ଜେନେରାଲ ଫା. ପ୍ରଦର୍ଶ ଚନ୍ଦ୍ର ନାୟକଙ୍କ ପୌରହିତ୍ୟରେ ମହା ଦିବ୍ୟଯଜ୍ଞ ଓ ପ୍ରାର୍ଥନା ଉତ୍ସର୍ଗ କରିଥିଲେ। ତାଙ୍କ ସହିତ ମୁଖ୍ୟବକ୍ତା ଫା. ପ୍ରଫୁଲ ନାୟକ, ଦାରିଙ୍ଗବାଡ଼ି ପାରିସର ମୁଖ୍ୟ ଯାଜକ କୁମୁଦ ଚନ୍ଦ୍ର ବଳିଆରସିଂ, ଫା.ଜହାରଲାଲ ସିଂ , ଫା. ଦିବ୍ୟ ପରିଚ୍ଛା ,ଫା. ବିକ୍ରମ ପ୍ରଧାନ , ଫା. କାସିଆନ ପ୍ରଧାନ ଓ ସେବାଭଗ୍ନୀମାନେ ଉପସ୍ଥିତ ରହି ଯଜ୍ଞରେ ସମସ୍ତ ସହଯୋଗ କରିଥିଲେ ।

ସଙ୍ଗୀତ ପରିଚାଳନା ସହକାରୀ ଯାଜକ ଜହାରଲାଲ ସିଂଙ୍କ ନେତୃତ୍ୱରେ ହୋଇଥିଲା। ପର୍ବର ସମସ୍ତ କାର୍ଯ୍ୟ ଦାରିଙ୍ଗବାଡିର ମୁଖ୍ୟ ଯାଜକ ମୁକୁନ୍ଦଦେବ ବଳିଆରସିଂ ଙ୍କ ତତ୍ତ୍ୱାବଧାନରେ ଏମପି ପ୍ରତିନିଧ କ୍ଷେତ୍ରିବଳ ନାୟକ, ଗ୍ରାମର ପଦାଧିକାରୀ ଓ ସମସ୍ତ ଭ୍ରାମ୍ୟମାନ ପ୍ରଚାରକଙ୍କ ସହଯୋଗରେ ସଫଳ ହୋଇଥିଲା। ପାରିଷ କାଉନସିଲ ସଂପାଦକ ସରୋଜ କୁମାର ନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.