ଟିକାବାଲି ପ୍ରାଥମିକ ଶିକ୍ଷକସଂଘର ବାର୍ଷିକ ଉତ୍ସବ ପାଳିତ

ଟିକାବାଲି (୫/୩) ଟିକାବାଲି ବ୍ଲକର ବୁର୍ବିନାଜୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦିନ 10 ଘଣ୍ଟିକା ସମୟରେ ଟିକାବାଲି ପ୍ରାଥମିକ ଶିକ୍ଷକସଂଘର ବାର୍ଷିକ ଉତ୍ସବ ଏବଂ ପଞ୍ଚାୟତରାଜ ଦିବସ ପାଳନ କରାଯାଇଛି | ମଞ୍ଚ ପରିଚାଳକ ଦାୟିତ୍ୱ ଉପସଭାପତି ଶ୍ରୀ ପବିତ୍ର କୁମାର ସାହୁ ସଂଘ ର ସମସ୍ତ ପରିଚାଳନା ସଦସ୍ୟ ଙ୍କୁ ମଞ୍ଚାସିନ କରିଥିଲେ |ଏହାପରେ ସଂଘ ର ସଭାପତି ଶ୍ରୀ ମଧୁସୂଦନ ବେହେରା ସଂଘୀୟ ଧ୍ଵଜା ଉତ୍ତୋଳନଓ ଦ୍ୱୀପ ପ୍ରଜ୍ବଳନ କରିଥିଲେ |

ଏହାପରେ ସଂଘ ର ସମ୍ପାଦିକା ଶ୍ରୀମତୀ ଲତାଞ୍ଜଳି ମହାନ୍ତି ସଂଘ ର ସୃଷ୍ଟି, ଉଦେଶ୍ୟ ଓ କାର୍ଯ୍ୟକ୍ରମ ବିଷୟରେ ପୁଙ୍ଖାନୁପୁଂକ୍ଷିକ ଭାବେ ବିବରଣୀ ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମ ର ମୁଖ୍ୟବକ୍ତା ଭାବେ ବୁର୍ବିନାଯୁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀ ରାଧାଶ୍ୟାମ ଦାଶ ଦାୟିତ୍ୱ ଗ୍ରହଣ କରିଥିଲେ | ସେ ବହୁତ ସୁନ୍ଦର ଭାବେ ଶିକ୍ଷକ ସଂଘ ର କାର୍ଯ୍ୟଧାରା ଓ ପଞ୍ଚାୟତରାଜ ଦିବସ ବିଷୟରେ ବୁଝାଇଥିଲେ |ଏହି ବାର୍ଷିକ ଉତ୍ସବ ସମାରୋହ ରେ ମୁଖ୍ୟ ଗୁରୁଦାୟିତ୍ୱ ଗ୍ରହଣ କରିଥିଲେ ବୁର୍ବିନାଯୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଗୌରଚରଣ ବିଶ୍ୱାଳ, ସଂଘ ସହ ସମ୍ପାଦକ ଶ୍ରୀ ଅରବିନ୍ଦ ମହାପାତ୍ର, ବରିଷ୍ଠ ଶିକ୍ଷକ ଶ୍ରୀ ସନ୍ତୋଷ ପାଣିଗ୍ରାହୀ, କୋଷାଧକ୍ଷ ଶ୍ରୀ ରଞ୍ଜିତ ନାୟକ, ସମସ୍ତ ସି ଆର ସି ସି ବୃନ୍ଦ, ସମସ୍ତ ପଞ୍ଚାୟତ ପ୍ରତିନିଧି ଓ ସଂଘ ର ସମସ୍ତ ଉପଦେଷ୍ଟାବୃନ୍ଦ |

nis-ad
Leave A Reply

Your email address will not be published.