ମାଲକାନଗିରି (୫/୩) : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକ ଅଣ୍ଡ୍ରାହାଲ ପଞ୍ଚାୟତର ବଣ୍ଡାଘାଟି ଠାରେ BSF IG ଶ୍ରୀ ସତୀଶ ଚନ୍ଦ୍ର ବୁଡାକୋଟି , କୋରାପୁଟ DIG ଶ୍ରୀ ମଦନ ଲାଲ, 65 BSF ବଟାଲୀୟନ କମଣ୍ଡିଙ୍ଗ ଅଫିସର ଶ୍ରୀ TN Reddy ଙ୍କ ତତ୍ୱାବଧାନରେ ଏକ ବିଶାଳ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହେଇଯାଇଛି । BSF IG ଲୋକମାନଙ୍କୁ ସମ୍ବୋଧିତ କରିବାସମୟରେ ଲୋକମାନେଙ୍କର ସୁରକ୍ଷା ଏବଂ BSF ର କାମ କରିବାର ଶୈଳୀ କୁ ଜନସାଧାରଣ ଙ୍କଆଗରେ ବଖାଣି ଥିଲେ ।ଅଣ୍ଡାରହଲ ଏବଂ ମୁଦୁଲି ପଡ଼ାରେ BSF କ୍ୟାମ୍ପ ହେବା ପର ଠାରୁ ଲୋକମାନ ଙ୍କ ଭୟ ଏବଂ ଆତ୍ମ ନିର୍ଭର ଉଜାଗର ହେଇଛି । BSF ଅଧିକାରୀ ଏବଂ ଯବାନ ମାନଙ୍କର ଅକ୍ଲାନ୍ତ ଚେଷ୍ଟା ଫଳରେ ଲୋକମାନ ଙ୍କ ମଧ୍ୟରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି IG ପ୍ରକାଶ କରିଥିଲେ ।ବଣ୍ଡାଘାଟିରେ କମ୍ୟୁନିଟି service activites ଜନ ସମ୍ପର୍କ ଶିବିର ମାଗଣା ମେଡ଼ିକାଲ କ୍ୟାମ୍ପ ମଝିରେ ମଝିରେ ଅନୁଷ୍ଠିତ କରାଯାଉଥିବାରୁ ଖୁସି ଜାହିର କରିଥିଲେ ।

ମେଡ଼ିକାଲ କ୍ୟାମ୍ପ ଦ୍ୱାରା ଦୂର ଦୁରାନ୍ତ ଅପହଞ୍ଚ ଲୋକଙ୍କୁ ଚିକିତ୍ସା ଏବଂ ସ୍ୱାସ୍ତ୍ୟ ପରୀକ୍ଷା କରି ମାଗଣାରେ ଔଷଧ ବଣ୍ଟନ କରିଥିଲେ ତା ସହିତ କପଡା ସାନିଟାରୀ ଉପକରଣ ଖେଳ ସାମଗ୍ରୀ ଆଦି 200 ଗ୍ରାମବାସୀ ଓ ଛାତ୍ର ମାନଙ୍କୁ ବାଣ୍ଟିଥିଲେ । BSF IG ଗ୍ରାମବାସୀ ମାନଙ୍କୁ ଅବଗତ କରାଇଥିଲେ ଯେ ସରକାରଙ୍କର ଉନ୍ନତିମୂଳକ କାମ ବିଶେଷ କରି ଜନ ଜାତି ମହିଳା ଛାତ୍ର ମାନଙ୍କୁ ଥଇଥାନ କରାଇବାରେ ଓ ନକ୍ସଲବାଦୀଙ୍କୁ ଆତ୍ମସମ୍ପର୍ପଣ କରି ସରକାରଙ୍କ ମୁଖ୍ୟଧାରା ରେ ଯୋଗ ଦେବାକୁ କହିଥିଲେ।ଛାତ୍ର ମାନଙ୍କୁ ଉଦବୋଧନ ଦେଇ କହିଲେ ଯେ ଏକ ଉଚ୍ଚ ଶିକ୍ଷା ଲାଭ କରି ଏକସପୂର୍ଣ୍ଣ ଭାରତ ଦେଶଗଠନ କରିବାରେ ସହାୟକ ହେବାପାଇଁ।ବିଗତ ବଣ୍ଡାଘାଟି ଏବଂ ସ୍ୱାଭିମାନ ଅଞ୍ଚଳ ଏବେକାର ବଣ୍ଡାଘାଟି ସ୍ୱାଭିମାନ ଅଞ୍ଚଳ ଆକାଶ ପାତାଳ ଫରକ ।ଏହି କାର୍ଯ୍ୟକ୍ରମ ରେ ଅଣ୍ଡାରହଲ ସରପଞ୍ଚ ପଞ୍ଚାୟତ ର ସମସ୍ତ ୱାର୍ଡ ମେମ୍ବର ,ଛାତ୍ର ଏବଂ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ ଏବଂ BSF ର ଏପରି କାର୍ଯ୍ୟ କୁ ସଂହରଣା କରିଥିଲେ ।

nis-ad
Leave A Reply

Your email address will not be published.