ବିଜୁ ଜୟନ୍ତୀ ଓ ପଞ୍ଚାୟତିରାଜ ଦିବସ ପାଳିତ

ହିଞ୍ଜିଳିକାଟୁ (୫/୩) : ହିଞ୍ଜିଳି ପୌରପରିଷଦ ବିଜୁ ଜନତା ଦଳ ଓ ବ୍ଳକ ଵିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ, କଳିଙ୍ଗର ବରପୁତ୍ର ତଥା ମହାନ ଜନନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି । ଶନିବାର ପୂର୍ବାହ୍ନରେ ହିଞ୍ଜିଳିକାଟୁ ପୌରଂଚଳ ବିଜେଡି ସଭାପତି ଭୀମସେନ ବେହେରା ଓ ବ୍ଲକ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ଙ୍କ ନେତୃତ୍ବରେ ଶତାଧିକ ବିଜେଡି କର୍ମୀ ସ୍ଥାନୀୟ ପୌରାଂଚଳ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଵିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ସମୁଖରେ ଏକତ୍ରିତ ହୋଇ ଶେଭାଯାତ୍ରରେ ନଗର ପରିକ୍ରମା କରିଥିଲେ ।

ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ନିକଟରେ ସ୍ଥାପନ କରାଯାଇଥିବା ବିଜୁ ବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତିରେ କର୍ମୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଵିଜୁପଟ୍ଟନାୟକ ଛକ ସ୍ଥିତ ସ୍ଵର୍ଗତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ରେ ଵିଜେଡି ନେତା ମାନେ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ । ଶୋଭାଯାତ୍ରାରେ ବିଜୁବାବୁ ଅମର ରହେ, ଵିଜେଡି ଜିନ୍ଦାବାଦ ନଵିନ ପଟ୍ଟନାୟକ ଜିନ୍ଦାବାଦ ଧ୍ବନିରେ ସହର ପ୍ରକମ୍ପିତ ହୋଇଥିଲା। ସେଠାରୁ ହିଞ୍ଜିଳିକାଟୁ ଡ଼ାକ୍ତରଖାନା ଯାଇ ରୋଗୀଙ୍କୁ ପାଚିଲା ଫଳ ଓ ମିଷ୍ଟାନ୍ନ ବଂଟନ କରିଥିଲେ । , ମୁଖ୍ୟମନ୍ତ୍ରୀଙ୍କ ପୌରାଂଚଳ ପ୍ରତିନିଧି ସଂଜୟକୁମାର ପଣ୍ଡା, ବ୍ଲକ ଅଧ୍ୟକ୍ଷ ଏନ ରଘୁନାଥ, ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷଚନ୍ଦ୍ର ପୋଲାଇ, ପୁର୍ଵତନ ଅଧ୍ୟକ୍ଷ ଶିବରାମଗୌଡ଼, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ,, ମାନସରଂଜନ ବେହେରା, ଯୁଧୃଷ୍ଟିର ୱାଇଁ, ପ୍ୟାରୀମୋହନ ପାଢି, ଜଟି ମହାରଣା,ଅଜୟକୁମାର ମହାରଣା,, କୃଷ୍ଣ ସାହୁ, ଆତ୍ମା ଅଧ୍ୟକ୍ଷ ଓ ୬୮ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ, , ଗାନ୍ଧି ପଣ୍ଡା, ବି. ରାମଚନ୍ଦ୍ର, ପୂର୍ଣ୍ଣ ଗୌଡ଼, ଜିତୁ ସ୍ଵାଇଁ ,ସୁନିଳ ପଟ୍ଟନାୟକ ରୋହିତ ବିଶୋୟୀ , ବସନ୍ତ ନାୟକ, ମାନସ ରଞ୍ଜନ ଵେହେରା, ବିଭୁ ପ୍ରସାଦ ପଣ୍ଡା, ଙ୍କ ସମେତ ନଵନିର୍ବାଚିତ ବହୁ ସରଂପଚ, ସମିତିସଭ୍ୟଙ୍କ ସମେତ ଶତାଧିକ ବିଜେଡି ମହିଳା ଓ ପୁରୁଷ କର୍ମୀ ଅଂଶଗ୍ରହଣ କରିଥିଲେ ।ପୌରପରିଷଦ ନିର୍ବାଚନ ଥୂବାରୁ ଦଳୀୟ ଟିକେଟ୍ ଆଶାରେ ନୁଆ ମୁହଁ ଦେଖିବାକୁ ମିଳିଥିଲା।

nis-ad
Leave A Reply

Your email address will not be published.