ୟୁକ୍ରେନରେ ଫଶିଥିବା ଭାରତୀୟଙ୍କୁ ଉଦ୍ଧାର ପ୍ରକ୍ରିୟା ଜଟିଳ ହେଉଛି

ନୂଆଦିଲ୍ଲୀ: ୟୁକ୍ରେନ୍‌ରେ ଫିସିଥିବା କେତେକ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରୀ ଅନେକ ରହିଯାଇଛନ୍ତି। ତେବେ ସେଠାରେ ଦିନକୁ ଦିନ ଯୁଦ୍ଧ ପରିସ୍ଥିତି ସଙ୍ଗିନ୍‌ ହେଉଥିବାରୁ ଉଦ୍ଧାର ପ୍ରକ୍ରିୟା ଜଟିଳ ହେଉଛି। ରୁଷ ପକ୍ଷରୁ ଆକ୍ରମଣକୁ ବ୍ୟାପକ କରାଯାଉଥିବାରୁ ସେଠାରେ ୱାର ଜୋନ୍‌ରେ ଫସିଥିବା ବାକି ଭାରତୀୟ ଛାତ୍ରଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ପାଇଁ ଚାଲେଞ୍ଜ୍ ହୋଇଛି। ୱାରଜୋନ୍‌ ସୁମିରେ ଫସିଥିବା ଭାରତୀୟ ଛାତ୍ରୀଙ୍କୁ ସେଠାରେ ରହିବାକୁ ପରାମର୍ଶ ଦିଆଯାଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଫିସିଥିବା ଛାତ୍ରମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଆଶ୍ୱସନା ଦିଆଯାଇଛି। ତେଣୁ ସେମାନଙ୍କୁ ସେଠାରେ ଧର୍ଯ୍ୟ ଧରି ରହିବାକୁ ପରାମର୍ଶ ଦିଆଯାଇଛି। ସେମାନଙ୍କୁ ସୁରକ୍ଷିତ କରିଡର୍‌ କରାଯାଇ ସ୍ଥାନାନ୍ତର ପାଇଁ ରୁଷ୍‌ ଏବଂ ୟୁକ୍ରେନ୍‌ ସରକାରଙ୍କ ସହ ଆଲୋଚନା କରାଯାଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ମନ୍ତ୍ରଣାଳୟ ପକ୍ଷରୁ ମୁଖପାତ୍ର ଅରିନ୍ଦମ ବାଗଚୀ ଟ୍ୱିଟ୍‌ କରି ଏ ବାବଦରେ ସୂଚନା ଦେଇଥିବା ବେଳେ ଆମେ ଭାରତୀୟ ଛାତ୍ରଙ୍କୁ ନେଇ ଗଭୀର ଚିନ୍ତିତ। ତୁରନ୍ତ ଅସ୍ତ୍ରବିରତି କରାଯାଇ ସୁମିରେ ଫିସିଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର ପାଇଁ ବିଭିନ୍ନ ବାଟ ଦେଇ ଯୋଗାଯୋଗ କରାଯାଉଛି। ଏବେ ଯେଁଠି ଛାତ୍ରମାନେ ଅଛନ୍ତି ସେମାନେ ସେଠାରେ ସତର୍କତରା ସହ ଉଦ୍ଧାର ପର୍ଯ୍ୟନ୍ତ ଅଟକି ରହିବାକୁ ପରାମର୍ଶ ଦିଆଯାଇଛି। ଫସିଥିବା ଛାତ୍ରମାନଙ୍କ ସହ ବୈଦେଶିକ ମନ୍ତ୍ରଣାଳୟ ଏବଂ ଭାରତୀୟ ଦୂତାବାସ ଯୋଗାଯୋଗରେ ଥିବା ଆରିନ୍ଦମ ବାଗଚୀ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।
ଇତି ମଧ୍ୟରେ ୟୁକ୍ରେନ୍‌ରେ ସାମୟିକ ଭାବେ ଶନିବାର ରୁଷ ପକ୍ଷରୁ ଅସ୍ତ୍ରବିରତି ଘୋଷଣା କରାଯାଇଛି। ମାରିୟୁପୋଲ ଏବଂ ଭୋଲନୋଭାକ୍ସରେ ସାଧାରଣ ନାଗରିକଙ୍କୁ ମାନବିକ କରିଡର କରି ଉଦ୍ଧାର ପାଇଁ ଉଦ୍ୟମ କରାଯାଇଛି। ମାନବିକ କରିଡ୍‌ର କରାଯାଇ ୱାରଜୋନ୍‌ରେ ଫିସିଥିବା ସାଧାରଣ ନାଗରିକଙ୍କୁ ଉଦ୍ଧାର ପାଇଁ ରୁଷ-ୟୁକ୍ରେନ୍ ମଧ୍ୟରେ ଦ୍ୱିତୀୟ ରାଉଣ୍ଡରେ ଆଲୋଚନାରେ ସହମତି ହୋଇଥିଲା।

nis-ad
Leave A Reply

Your email address will not be published.