୩ଟି ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା BJD

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିବା ପରେ ପରେ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହାରି ମଧ୍ୟରେ ୩ ଟି ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଭୁବନେଶ୍ୱର ପାଇଁ ସୁଲୋଚନା ଦାସ ହୋଇଛନ୍ତି ମେୟର ପ୍ରାର୍ଥୀ । ଏହା ସହ କଟକ ପାଇଁ ସାଂସଦ ସୁବାସ ସିଂହ ହୋଇଛନ୍ତି ବିଜେଡିର ମେୟର ପ୍ରାର୍ଥୀ । ସେହପିରି ବ୍ରହ୍ମପୁର ପାଇଁ ସଂଘମିତ୍ରା ଦଳେଇଙ୍କୁ ମେୟର ପ୍ରାର୍ଥୀ କରିଛି ବିଜେଡି ।

ତେବେ ଏହା ପୂର୍ବରୁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଛି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର ପଦବୀ ପାଇଁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ । ଏ ନେଇ ବିଧିବଦ୍ଧ ଭାବେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ନାଁ ଘୋଷଣା କରିଛନ୍ତି । ସେହିପରି ଗିରିବାଳା ବେହେରାଙ୍କୁ କଂଗ୍ରେସ କଟକ ମ୍ୟୁନିସିପାଲିଟି କର୍ପୋରେସନ (ସିଏମସି) ମେୟର ପ୍ରାର୍ଥୀ ଭାବେ ଉପସ୍ଥାପିତ କରିଛି । ପୌର ନିର୍ବାଚନ ନେଇ ଅନୁଷ୍ଠିତ ବୈଠକରେ ଏହି ଘୋଷଣା କରାଯାଇଛି ।

nis-ad
Leave A Reply

Your email address will not be published.