ଘଟଗାଁ ତାରିଣୀ ପୀଠରୁ ହଟିଲା ସମସ୍ତ କରୋନା କଟକଣା, ସାଧାରଣ ଦର୍ଶନ ସ୍ୱାଭାବିକ୍

କେନ୍ଦୁଝର: କରୋନା ମହାମାରୀର ତୃତୀୟ ଲହର ଯୋଗୁଁ ପ୍ରାୟ ସବୁ ଧର୍ମାନୁଷ୍ଠାନରେ କରୋନା କଟକଣା ଲାଗୁ କରାଯାଇଥିବା ବେଳେ କରୋନା ର ପିକ୍ ସମୟ ଅତିକ୍ରମ କରିବା ପରେ କଟକଣା ମଧ୍ୟ ଧିରେ ଧିରେ ହ୍ରାସ ପାଇଛି ।

ତେବେ ଆଜି ଘଟଗାଁ ତାରିଣୀ ପୀଠରେ ଲାଗୁ ଥିବା ସମସ୍ତ ପ୍ରକାର କରୋନା କଟକଣାକୁ ଉଠାଇଛନ୍ତି ଜିଲ୍ଲା ପ୍ରଶାସନ । ପୂର୍ବରୁ ୫ ବର୍ଷରୁ କମ୍ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ଦର୍ଶନ ଉପରେ କଟକଣା ରହିଥିବା ବେଳେ ଏବେ ସବୁ ସ୍ୱାଭାବିକ୍ ହୋଇଛି । ଆଜି ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହିତ ପୂର୍ବରୁ କେବଳ ଭକ୍ତମାନେ ଦର୍ଶନ କରିପାରୁଥିବା ବେଳେ ଭୋଗ ଲଗାଇପାରୁନଥିଲେ ମାତ୍ର ଆଜିଠାରୁ ମା’ ତାରିଣୀ ପୀଠରେ ଭୋଗ ଲଗାଇପାରିବେ ଭକ୍ତ ।

nis-ad
Leave A Reply

Your email address will not be published.