ବିଜେଡିରୁ ଅନୁଗୁଳର କ୍ଷିରୋଦ ବଘାର ନିଲମ୍ବିତ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବିପୁଳ ଭୋଟରେ ବାଜିମାର କରିଛି ବିଜେଡି । ଏହାରି ମଧ୍ୟରେ ଦୁର୍ନୀତିଖୋର ଲୋକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଖବର ଅନୁସାରେ, ବିଜେଡିରୁ ନିଲମ୍ବିତ ହୋଇଛନ୍ତି ଅନୁଗୁଳର କ୍ଷିରୋଦ ବଘାର । ଦଳ ବିରୋଧୀ କାମ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବାହାର କରିଛନ୍ତି ।

ଏନେଇ ଗଣମାଧ୍ୟମ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ଏହା ପୁର୍ବରୁ ସୁନ୍ଦରଗଡ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଅଶୋକ ସାଇ ଦଳରୁ ନିଲମ୍ବିତ କରିଥିଲେ ନବୀନ । ଦଳ ବିରୋଧୀ କାମ ପାଇଁ ବିଜେଡି ସୁପ୍ରିମୋ ତାଙ୍କୁ ଦଳରୁ ବାହାର କରିଥିବା ସୂଚନା ମିଳିଥିଲା ।

nis-ad
Leave A Reply

Your email address will not be published.