ଜଳେଶ୍ଵରରେ ବଡ଼ ଧରଣର GST ରେଡ୍‌

ଜଳେଶ୍ଵରରେ ବଡ଼ ଧରଣର GST ରେଡ୍‌ । ଗ୍ରାହକଙ୍କଠୁ ଉଚ୍ଚ ଦରରେ ITC ନେଇ GST ଫାଙ୍କୁଥିଲେ ଦୋକାନୀ । ଶେଷରେ ଧରିଲା ସିଟି ଏଣ୍ଡ ଜିଏସଟି ଏନ୍‌ଫୋର୍ସମେଣ୍ଟ ଟିମ । ଜଳେଶ୍ଵର ହାଟ ଛକ ନିକଟସ୍ଥ ହୋଟେଲ ମିଡ୍‌ଟାଉନ ବିଲ୍‌ଡିଂରେ ଥିବା ନାରାୟଣ ଦତ୍ତଙ୍କ ଜରଦା ଗୋଦାମ GSTରେ ହେରଫେର କରି ଦୀର୍ଘଦିନରୁ ଜରଦା ବ୍ୟବସାୟ ହୋଇଥିବା ଅଭିଯୋଗ ରହିଛି ।

ଦୋକାନୀ ଜଣକ ITC ବହୁତ ମାତ୍ରାରେ ନେଉଥିବା ବେଳେ ଟ୍ୟାକ୍‌ସ ଫାଙ୍କିଥିବା ସୂଚନା ଦେଇଛନ୍ତି ସିଟି ଏଣ୍ଡ ଜିଏସଟି ଏନ୍‌ଫୋର୍ସର୍ମେଣ୍ଟ ଡେପୁଟି କମିଶନର । ତେବେ ଆମଦାନୀ, ରପ୍ତାନି ଷ୍ଟକ୍‌କୁ ନେଇ ଯାଞ୍ଚ କରୁଛି ଏହି ଟିମ ।

nis-ad
Leave A Reply

Your email address will not be published.