ବ୍ୟବସାୟୀଙ୍କ ଠାରୁ ୨ କୋଟି ୩୫ ଲକ୍ଷ ଟଙ୍କା ଲୁଟି ନେଲେ ସାଇବର ଠକ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ବଢି ଚାଲୁଥିବା ବେଳେ ବାରମ୍ବାର ଏହା ଦ୍ୱାରା ଶିକାର ହେଉଛନ୍ତି ସାଧାରଣ ଲୋକ । ଗତକାଲି ମଧ୍ୟ କେଉଁଝରରୁ ଏପରି ଏକ ସାଇବର ଠକେଇ ଘଟଣା ସାମ୍ନାକୁ ଆସିଛି ।

ଜଣେ ବ୍ୟବସାୟୀଙ୍କ ଠାରୁ ୨ କୋଟି ୩୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଇନ୍ୟୁରାନ୍ସରେ ଅଧିକ ଟଙ୍କା ଦେବାକୁ କହି ଏହି ଠକେଇ ହୋଇଥିବା ଅଭିଯୋଗ ହୋଇଛି ।ତେବେ ଘଟଣା ପରେ ସକ୍ରିୟ ହୋଇ ଯାଇଛି ଇଓଡବ୍ଲୁ ଓ ସାଇବର ସେଲ ।

ଏହାକୁ ନେଇ ତଦନ୍ତ ମଧ୍ୟ ଆରମ୍ଭ ହୋଇଯାଇଛି । କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ । ବର୍ତ୍ତମାନ ଯାହା ଜଣାପଡ଼ିଛି ରାଜ୍ୟରେ ଯେତିକି ଠକେଇ ହୋଇଛି ଏହା ସବୁଠାରୁ ବଡ ସାଇବର ଠକେଇ ।

nis-ad
Leave A Reply

Your email address will not be published.