ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ୟୁକ୍ରେନ୍‌ରୁ ଫେରିଥିବା ଛାତ୍ରୀଛାତ୍ର

ଭୁବନେଶ୍ୱର: ଯୁଦ୍ଧକ୍ଷେତ୍ରରୁ ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଅପରେସନ ଗଙ୍ଗା ଜାରି ରହିଛି । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରୁ ୟୁକ୍ରେନ୍‌ରୁ ଫେରୁଥିବା ଓଡିଆ ଡାକ୍ତରୀ ଛାତ୍ରୀଛାତ୍ରମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୟୁକ୍ରେନ୍‌ରୁ ଫେରୁଥିବା ଛାତ୍ରୀଛାତ୍ରଙ୍କୁ ରାଜ୍ୟ ସରକାର ନିଜସ୍ବ ଖର୍ଚ୍ଚରେ ଦିଲ୍ଲୀରେ ରହିବା ଓ ଖାଇବାର ବ୍ୟବସ୍ଥା କରିଛନ୍ତି ।

ଯୁଦ୍ଧ ସମୟରେ ମାନସିକ ଚାପରେ ଥିବା ଛାତ୍ରୀଛାତ୍ରମାନେ ସୁରକ୍ଷିତ ଭବେ ଫେରି ଆସିଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

nis-ad
Leave A Reply

Your email address will not be published.