ହିଞ୍ଜିଳି ରାଜନୀତିରେ ନିରବତା : ଅଧ୍ୟକ୍ଷ ଆଶାୟୀଙ୍କ ଲମ୍ବା ତାଲିକା

ହିଞ୍ଜିଳିକାଟୁ : ରାଜନୈତିକ ଦୃଷ୍ଟିକୋଣରୁ ହିଞ୍ଜିଳିକାଟୁ ରାଜ୍ୟ ରାଜନୀତିର ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି। ହିଞ୍ଜିଳ ବିଗତ ବର୍ଷ ମ୍ୟୁନିସିପାଲଟି ମାନ୍ୟତା ପାଇବା ପରେ ୨୦୨୨ ରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ବାବୁ ଲଗାତାର ହିଞ୍ଜିଳିରୁ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଆସିଛନ୍ତି । ତେଣୁ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରୁ ନିର୍ବାଚନ ଲଢି ନେତା ହେବା ଏକ ଗୁରୁତ୍ବପୂର୍ଣ୍ଣ । ଏହି କାରଣରୁ ହିଞ୍ଜିଳିରେ ନିର୍ବାଚନ ତାରିଖ ୨୪ ମାର୍ଚ୍ଚ ଘୋଷଣା ପରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଲାଣି। ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ସହ ସିଧାସଳଖ ନିର୍ବାଚନ ହେଉଥିବାରୁ ଦଳୀୟ ଟିକେଟ୍ ଲବିରେ ନିଜକୁ ସମାଜସେବୀ ଓ ନିଜର ସ୍ଵେଛାଚାରିତା ପ୍ରମାଣ ପତ୍ର ପ୍ରଦାନ କରିବା ସହ ଭୁବନେଶ୍ବର ଗସ୍ତ କରିବାର ଦେଖିବାକୁ ମିଳିଛି। ବିଜେଡି ନେତାଙ୍କ ଅତୀତ ଓ ବର୍ତମାନଙ୍କ କ୍ରିୟାକଳାପ ସମ୍ପର୍କରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଗୁପ୍ତ ପଞ୍ଜିକା ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ପଠାଇବା ସମ୍ଭାବନା ଥିବାରୁ, ପ୍ରଶାସନି ଅଧିକାରୀଙ୍କ ବିଶ୍ୱାସ ଭାଜନ ହେବାପାଇଁ ନେତାଙ୍କଉଦ୍ୟମ ହେଇଥିବା ଆଲୋଚନା ହେଉଛି । କିଛି ବିଜେଡି ନେତା ନୂଆମୁହଁ ଅଧ୍ୟକ୍ଷ ପଦ ସମ୍ଭାଳିବା ସପକ୍ଷରେ ଥିବା ବେଳେ କିଛି ପୁରୁଣା ମୁହଁକୁ ପଦ ଦେବା ନେଇ ଦାବି ହେଉଛି ।ଶାସକ ଦଳର ଟିକଟ ପାଇବା ପରେ ସମ୍ଭାବନା ଅଧିକ ଅନୁମାନ କରି ଏହି ପଦ ପାଇଁ ଆଶାୟୀଙ୍କସଂଖ୍ୟା କ୍ରମାଗତ ବଢ଼ୁଥିବା ଜଣାପଡିଛି ।ଫେବୃୟାରୀ ୧୬ ରୁ ୨୪ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା । ବିଜେଡି ପୁରୂଣା ନେତାଙ୍କୁ ଵ୍ୟବଧାନ ପୂର୍ଵକ ଟିକଟ ଦେଇ ବିପୁଳ ଵିଜୟ ଲାଭ କରିଛି ।ପଚାଂୟତ ନିର୍ଵାଚନ ଵ୍ଳକରେ ସ୍ଥାନୀୟ ବିଜେଡି ମୁଣ୍ଡିଆଳମାନଙ୍କ ପକ୍ଷ ଛେଦନ ହୋଇଥୁବା ବିବେଚନା କରାଯାଉଛି ।ଏହାକୂ ଆଖି ଆଗରେ ରଖି ପୌରପାଳିକା ନେତାଙ୍କ ନୀରଵତା ଓ ନୁଆ ମୁହଂ ର ଚେହେରା ପ୍ରତି ଛକରେ ଚର୍ଚାର ବିଷୟ ପାଲଟିଛି ।ହିଞ୍ଜିଳିରେ ପୌରପାଳିକା ଅଧ୍ୟକ୍ଷ ପଦ ଦଳୀୟ ଟିକେଟ ଉପରେ ଆସ୍ଥା ଥୁବା ରୁ ଆଶାୟୀଙ୍କ ଲମ୍ବା ତାଲିକା ଚର୍ଚା ହେଉଛି । ଚା ଖଟିରେ ଆଶାୟୀଙ୍କ ଭିଡ ପରିଲିଖିତ ହେଉଛି ।ବନ୍ଦ ଲଫାଫା ରେ ଅଧ୍ୟକ୍ଷ ପଦ ପାଈଥିବା ନାମ ରହିଥିବାରୁ କାହା ମୁଣ୍ଡରେ ସୁନା କଳସୀ ଢଳିବ ଏ ନେଇ ନେତାଙ୍କ ନିରଵତା ସ୍ଥାନୀୟ ବିଜେଡି ମୁଣ୍ଡିଆଳମାନଙ୍କ ପକ୍ଷ ଛେଦନ ବିବେଚନା କରାଯାଉଛି ।

nis-ad
Leave A Reply

Your email address will not be published.